
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଆଜି ବିଶ୍ବ ଚକୋଲେଟ ଡେ । ଆଜିର ଦିନରେ ଚକୋଲେଟ ଖାଇବାର ଉପକାର ବିଷୟରେ ଆପଣ ନିହାତି ଜାଣିବା କଥା । ଆଜିକାଲି ଜୀବନରେ ମଣିଷ ଏତେ ଚିନ୍ତାରେ ରହୁଛି ଯେ ସ୍ବାସ୍ଥ୍ୟର ଯନ୍ତ୍ର ନେବା ଭୁଲି ଯାଉଛି ଏଭଳି ଷ୍ଟ୍ରେସରେ ରହୁଥିବା ମଣିଷ ପାଇଁ ଚକୋଲେଟ ଖୁସି ଆଣିଦେଇଥାଏ । ଚକୋଲେଟର ଉପକାର ବିଷୟରେ ଆପଣ ଯଦି ଜାଣିବେ ତେବେ ଚକୋଲେଟ ଖାଇବାକୁ ନିହାତି ମନେ କରିବେ । ଆସନ୍ତୁ ଜାଣିବା ଚକୋଲେଟ ର ଫାଇଦା ବିଷୟରେ । ପଥମ କଥା ହେଉଛି ଚକୋଲେଟ ବହୁତ ପୁଷ୍ଟିକର । ଏହାଆଣ୍ଟିଅକ୍ସିଡାଣ୍ଟ ଶକ୍ତିର ଉତ୍ସ ମଧ୍ୟ ହୋଇଥାଏ । ଆମ ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ ଏବଂ ରକ୍ତଚାପ କମ କରିଥାଏ । ସବୁଠୁ ବଡ଼ କଥା ହେଉଛି ଯେଉଁମାନେ ବେଶୀ ଚକୋଲେଟ ଖାଇଥାନ୍ତି ସେମାନଙ୍କ ହୃଦଘାତର ଆଶଙ୍କା କମ ରହିଥାଏ । । ଏପରିକି ଏହା ଆମ ଚର୍ମକୁ ସୂର୍ଯ୍ୟତାପରୁ ରକ୍ଷା କରିପାରେ । ପୁଣି ମସ୍ତିଷ୍କ କାର୍ଯ୍ୟରେ ଉନ୍ନତି ଆଣିଥାଏ । ଅନେକ ସମୟରେ ଚର୍ମକୁ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଉ ସବୁଠୁ ଭଲ ପୁଷ୍ଟିକର ଖାଦ୍ୟ ତାଲିକାରେ ମଧ୍ୟ ଚକୋଲେଟ ରହିଥାଏ ।
ବିଦେଶରେ ତ ପ୍ରତ୍ୟେକ ଭୋଜିରେ ଭିନ୍ନ ଭିନ୍ନ ଚକୋଲେଟ ମେନୁ ରହିଥାଏ । ତେବେ ଚକୋଲେଟ ଡେ ବିଷୟରେ ଆମେ ଟିକେ ଅତୀତକୁ ଗଣେ ଜାଣିପାରିବା ଯେ ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ’ ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ’ ପାଳନ ଆରମ୍ଭ ହେଉଛି ।

ଏମିତିରେ ବି ୯ ଫେବୃଆରୀକୁ ମଧ୍ୟ ଚକୋଲେଟ୍ ଡେ’ ଭାବରେ ପାଳନ କରାଯାଇଥାଏ। ଆଜିକାଲି ଲୋକମାନେ ଖୁସିରେ ଚକୋଲେଟ୍ ସହିତ ଉତ୍ସବ ପାଳନ କରିବାକୁ ପସନ୍ଦ କରୁଛନ୍ତି । ଯଦି ଆପଣ ଚକୋଲେଟ ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣ ଭିନ୍ନ ଭିନ୍ନ କଂପାନିର ଚକୋଲେଟ କିଣି ଖାଇପାରିବେ । 1 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ଚକୋଲେଟ ମଧ୍ୟ ମିଳୁଛି । ତେବେ କହିବାକୁ ଗଲେ ସବୁଠୁ ଅଧିକ ଡାର୍କ ଚକୋଲେଟ ଏବେ ସମସ୍ତଙ୍କର ପ୍ରିୟ । ଏହା ସହ ହଟ୍ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, କଫି ଚକୋଲେଟ୍ ମଧ୍ୟ ଅନେକ ଲୋକଙ୍କର ପ୍ରିୟ ଚକୋଲେଟ । ଭିନ୍ନ ଭିନ୍ନ ଫ୍ଲେବରର ଚକୋଲେଟ ତ ଆପଣ ନିଶ୍ଚୟ ଖାଇଥିବେ । ତେବେ ଡେରି କାହିଁକି ଆଜିର ଦିନରେ ଆପଣ ବେଶୀ ବେଶୀ ଚକୋଲେଟ ଖାଆନ୍ତୁ ଏବଂ ଆପଣଙ୍କ ବନ୍ଧୁଙ୍କୁ ମଧ୍ୟ ଚକୋଲେଟ ଖାଇବାର ଉପକାର ବିଷୟରେ କୁହନ୍ତୁ ।