ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ
ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ । ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ । ସେହି ପ୍ରେମ ପାଇଁ ବର୍ଷରେ ଗୋଟିଏ ସପ୍ତାହଟ୍ଟ ପ୍ରେମ ସପ୍ତାହ । ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ ।
କିନ୍ତୁ ଲାଲ୍ ଗୋଲାପ ପ୍ରେମ ଓ ପ୍ରଶଂସାର ପ୍ରତୀକ । ରୋଜ୍ ଡେ‘ରେ ଗୋଲାପର ସ୍ୱତନ୍ତ୍ର ସ୍ଥାନ । ଏକ ଜୀବନ୍ତ ଲାଲ୍ ରଙ୍ଗ ଉତ୍ସାହ, ଇଚ୍ଛା ଓ ପ୍ରୀତିର ସାନ୍ନିଧ୍ୟ ଗୋଲାପ । ପ୍ରେମିକଟିଏ ତା ପ୍ରେମିକା ପାଇଁ ଅନାବିଳ ପ୍ରେମ, ପ୍ରଶଂସା ଓ ଆନନ୍ଦର ପ୍ରତୀକ ରୂପେ ପ୍ରେମ ସପ୍ତାହର ପ୍ରଥମ ଦିନର ଗୋଲାପ ଉପହାର ଦେଇଥାଏ । ଗୋଲାପର ବର୍ଣ୍ଣ ସହ ବାର୍ତ୍ତା ବି ବଦଳେ ।
ପ୍ରତି ବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଏ ପ୍ରେମ ସପ୍ତାହ । ପ୍ରଥମ ଦିନ ରୋଜ୍ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ପ୍ରେମ ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋ’ଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । ଆଉ ଏହି ୭ ଦିନରେ ପ୍ରେମର ପ୍ରତିଟି ସୋପାନ ଦେଇ ଶେଷରେ ପ୍ରୀତି ନିବେଦନ କରନ୍ତି ପ୍ରେମିକ ପ୍ରେମିକା । ତେଣୁ ପ୍ରେମ ସପ୍ତାହରେ ଲାଲ୍ ଗୋଲାପର ଚାହିଦା ସବୁଠାରୁ ଅଧିକ ।