Tecno 3 ଲଞ୍ଚ କଲା Spark Go 3 ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ
Tecno ଏବେ ନିଜ ବଜେଟ୍ ମଧ୍ୟରେ ଫୋନ୍ Spark Go 3 ଲଞ୍ଚ କରିଛି । ଟେକ୍ନୋର ଏହି ସ୍ମାର୍ଟଫୋନ୍ iPhone 17 ପରି ଦେଖିବାକୁ ମିଳିଛି । ଏହା ପୂର୍ବରୁ ପ୍ରଥମ ସେଲ୍ ଭାରତରେ ଆଜି ଆୟୋଜିତ କରାଯାଉଛି । କମ୍ପାନୀ ପ୍ରଥମ ସେଲରେ ଟେକ୍ନୋର ଏହି ଫୋନ ୮,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଚୀନ କମ୍ପାନୀର ଏହି ଫୋନ୍ IP64 ରେଟିଂ ପ୍ରାପ୍ତ । ଆଜିଠାରୁ ଏହି ଫୋନ୍ ଉପଲବ୍ଧ ହୋଇଛି ।
ଏହି ଟେକ୍ନୋ ଫୋନଟି ଭାରତରେ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ 4GB RAM + 64GB ରେ ଲଞ୍ଚ ହୋଇଛି । ଏହି ଫୋନକୁ ଆଜି ଠାରୁ ଇ-କମର୍ସ ୱେବସାଇଟ୍, Amazon ଏବଂ ଭାରତର ରିଟେଲ ଷ୍ଟୋରରୁ କିଣିପାରିବେ । ଏହି ଫୋନଟି ୪ଟି କଲରର ଅପସନ ରହିଛି । Titanium Grey, Ink Black, Galaxy Blue, ଏବଂ Aurora Purple । କମ୍ପାନୀ ଏହି ଫୋନକୁ ବଜେଟ୍ ଫ୍ରେଣ୍ଡଲି ଭାବରେ ଡିଜାଇନ୍ କରିଛି ।
ଫିଚର୍ସ :
Tecno ସ୍ମାର୍ଟଫୋନରେ ୬.୭୪୫ଇଞ୍ଚ ସହିତ LCD ଡିସପ୍ଲେ ରହିଛି । ଏହି ଫୋନର ଡିସପ୍ଲେ HD+ ରିଜୋଲ୍ୟୁସନକୁ ସପୋର୍ଟ କରିବା ସହିତ 120Hz ରିଫ୍ରେସ୍ ରେଟ୍ ମିଳିଥାଏ । Tecnoର ଏହି ବଜେଟ୍ ଫୋନରେ ବେଜେଲ-ଲେସ୍ ଡିଜାଇନ୍ ଏବଂ iPhone ପରି ନଚ୍ ଡିଜାଇନ୍ ମଧ୍ୟ ରହିଛି ।
Tecno Spark Go 3 ରେ Unisoc T7250 ପ୍ରୋସେସର ରହିଛି । ଏଥିରେ 4GB RAM ଏବଂ 64GB ଷ୍ଟୋରେଜ୍ ରହିଛି । ଯାହା 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଏହା ଛଡ଼ା ଡୁଆଲ୍ ସିମ୍ କାର୍ଡର ସପୋର୍ଟ ରହିଛି । Tecnoର ଏହି ଫୋନ୍ 4G ନେଟୱାର୍କକୁ ସପୋର୍ଟ କରେ । ଏଥିରେ IP64 ୱାଟର ରେସିଷ୍ଟେଣ୍ଟ ଫିଚର୍ସର ସୁବିଧା ମଧ୍ୟ ରହିଛି ।
ଯଦି କ୍ୟାମେରା କଥା କୁହାଯାଏ ତେବେ ଏହି ଫୋନର ବ୍ୟାକରେ 13 MPର ପ୍ରାଇମେରୀ କ୍ୟାମେରା ଏବଂ LED ଫ୍ଲାସର ସୁବିଧା ଉପଲବ୍ଧ । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି । ସେଲ୍ଫି ନେବା ପାଇଁ ଏଥିରେ ସ୍କ୍ରିନ୍ ଫ୍ଲାସ୍ ଫିଚର୍ ମଧ୍ୟ ରହିଛି । ଏହି ଟେକ୍ନୋ ସ୍ମାର୍ଟଫୋନରେ 5,000mAhର ବ୍ୟାଟେରୀ ସହିତ10 ୱାଟ୍ ଫାଷ୍ଟ ଚାର୍ଜିଂ ଫିଚର୍ସ ମିଳୁଛି । ଫୋନରେ USB Type C କନେକ୍ଟିଭ୍ ମିଳୁଛି ।