ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରସଗୋଲା ଓଡ଼ିଶାର ବୋଲି କହିଥିବା ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରେଣ୍ଡ୍ କରୁଛି। ଓଡ଼ିଆମାନେ ହଜାର ହଜାର ସଂଖ୍ୟାରେ ଏହି ଭିଡିଓଟିକୁ ସେୟାର କରୁଛନ୍ତି। ଜି ବଙ୍ଗଳାରେ ପ୍ରସାରିତ ବଙ୍ଗଳାର ଲୋକପ୍ରିୟ ଟିଭି ସୋ ‘ଦାଦାଗିରି’ରେ ସୌରଭ ଏକଥା କହିଛନ୍ତି। ସୌରଭ କହିଛନ୍ତି କି ରସଗୋଲା କୋଲକାତାରେ ବେଶ୍ ପ୍ରସିଦ୍ଧ। ମାତ୍ର ଏହା ଓଡ଼ିଶାର। ଜଗନ୍ନାଥ ମନ୍ଦିର ଇତିହାସରୁ ଏ ସୂଚନା ମିଳୁଛି ବୋଲି ସେ କହିଛନ୍ତି। ସୌରଭ ଏହି ଭିଡିଓରେ ନିଜ ପିଲାଦିନ କଥା ମଧ୍ୟ କହିଛନ୍ତି। ଯେତେବେଳେ ସେ କଟକ କ୍ରିକେଟ ଖେଳିବାକୁ ଆସୁଥିଲେ ସେତେବେଳେ ସେ ଏଠାରେ ରସଗୋଲା ଖାଇବାକୁ ଭଲ ପାଉଥିଲେ ବୋଲି କହିଛନ୍ତି।
Trending
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
Prev Post
Next Post