କାହିଁକି ଗୋଲାପୀ ରଙ୍ଗର ଜିନିଷ ଏତେ ଦାମୀକିଆ

ଅନେକ ସମୟରେ ଆପଣମାନେ ଦେଖିଥିବେ କି, ବଜାରରେ ଯେକୌଣସି ସାମଗ୍ରୀ କିଣନ୍ତି ଯେତିକି ଦର ଥାଏ ସେହି ସମାନ ସାମଗ୍ରୀ ଯଦି ଗୋଲାପୀ ରଙ୍ଗର ଆପଣ କିଣନ୍ତି ତାହାଲେ ଅଧିକ ଦାମ ହୁଏ । କୁହାଯାଉଛି ଗୋଲାପୀ ରଙ୍ଗ ମହିଳା ଓ ଯୁବତୀଙ୍କର ସବୁଠାରୁ ଅଧିକ ପସନ୍ଦ । ତେଣୁ ଏହି ରଙ୍ଗର ପ୍ରତିଟି ସାମଗ୍ରୀର ଦାମ ଅନ୍ୟ ରଙ୍ଗର ସାମଗ୍ରୀ ଅପେକ୍ଷା ଅଧିକ

ପିଙ୍କ ଟାକ୍ସକୁ ନେଇ ଭାରି ଚର୍ଚ୍ଚା ଚାଲେ । ଅବଶ୍ୟ ସରକାରୀସ୍ତରରେ ଏମିତି କୌଣସି ଟାକ୍ସ ନାହିଁ ହେଲେ ବି ଅନେକ ଲୋକ ଜାଣିନାହାନ୍ତି କି ପିଙ୍କ୍‌ ଟାକ୍ସର ଅର୍ଥ କଣ ? କୁହାଯାଉଛି ଏହାର ଅର୍ଥ ମହିଳାଙ୍କ ସାମଗ୍ରୀ ଅର୍ଥାତ୍‌ ଯାହାର ରଙ୍ଗ ଗୋଲାପୀ ହୋଇଥିବ ସେହି ସାମଗ୍ରୀର ଦାମ ଅଧିକ ରହିଥିବ । ହେଲେ ଏହାକୁ ଅନେକ କମ୍ପାନୀ ବିରୋଧ କରନ୍ତି । କୁହନ୍ତି, ଏଥିରେ କୌଣସି ସତ୍ୟତା ନାହିଁ କି ଗୋଲାପୀ ରଙ୍ଗର ସାମଗ୍ରୀ ନେବା ପାଇଁ କୌଣସି ଅଧିକ ଟାକ୍ସ ନିଆଯାଏ ନାହିଁ । ହେଲେ କିଛି କମ୍ପାନୀ ମହିଳାଙ୍କର ପସନ୍ଦର ରଙ୍ଗ ଗୋଲାପୀ ଥିବାରୁ କିଛି ସାମଗ୍ରୀକୁ ନେଇ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । କିନ୍ତୁ ଏହା ନିୟମ ବିରୋଧୀ ।

କୁହାଯାଉଛି କି,ଯେଉଁ ସାମଗ୍ରୀ ତିଆରି କରିବାରେ ଅଧିକ ସମୟ ଲାଗେ ସେହି ସାମଗ୍ରୀର ଦର ଅଧିକ ହେବା ସ୍ବାଭାବିକ କଥା । ହେଲେ ରଙ୍ଗକୁ ନେଇ ଅଧିକ ଦରରେ ଯଦି କୌଣସି ସାମଗ୍ରୀ ବିକ୍ରି କରାଯାଉଛି ତାହାଲେ ଏହା ଅପରାଧ ପରିସର ଭୁକ୍ତ । ଆଉ କିଛି କୁହନ୍ତି, ଯାହାର ଡିମାଣ୍ଡ ଯେତେ ସେହି ସାମଗ୍ରୀର ଦର ସେତେ ଅଧିକ । ଖାସ କରି ମହିଳାଙ୍କ ଲାଗି ଯେଉଁ ପୋଷାକ , ଜୋତା ଓ ଅନ୍ୟ ସାମଗ୍ରୀ ତିଆରି ହେଉଛି ଡିମାଣ୍ଡ ଅନୁସାରେ ରେଟ୍‌ ଉଚ୍ଚା ରହିବା ସ୍ବାଭାବିକ କଥା । ହେଲେ ରଙ୍ଗ ପାଇଁ ଦର ଉଚ୍ଚା ହେବା ଠିକ୍‌ ନୁହେଁ ।

ମୋଟ୍‌ ଉପରେ, ଆପଣମାନେ ବି ଦେଖିଥିବେ କି ବଜାରରେ ଯେଉଁ ସାମଗ୍ରୀର ଚାହିଦା ଅଧିକ ଥାଏ ସେହି ଦର ଆକାଶଛୁଆଁ ରହିଥାଏ । ହେଲେ ରଙ୍ଗକୁ ନେଇ ସାଧାରଣରେ କେବେ ଦର ନିର୍ଦ୍ଧାରିତ ହୁଏନାହିଁ । ବେଳେ ବେଳେ ଦେଖିବାକୁ ମିଳେ କି, ଗୋଟିଏ ରଙ୍ଗର ସାମଗ୍ରୀକୁ ବହୁଦାବିଦାର ଥିବା ସମୟରେ ଦୋକାନୀ ରେଟ୍‌ ବଢାଇ ଦିଅନ୍ତି । ହେଲେ କମ୍ପାନୀ ଏମିତି କରେ ନାହିଁ ବୋଲି କୁହାଯାଉଛି ।

Leave a comment