ଗ୍ରାହକଙ୍କ ପାଇଁ ଲଞ୍ଚ ହେଲା Oppo Reno 15c , ଜାଣନ୍ତୁ ଏହାର ମୂଲ୍ୟ
ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି Oppo Reno 15c । ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ ସ୍ନାପଡ୍ରାଗନ୍ ପ୍ରୋସେସର, ୧୨ ଜିବି ରାମ୍, ୫୧୨ ଜିବି ଷ୍ଟୋରେଜ୍, ୧୨୦ ହର୍ଜ ରିଫ୍ରେସ୍ ରେଟ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ସେଲଫି ଲଭର୍ସଙ୍କ ପାଇଁ ଏହି ଓପୋ ସ୍ମାର୍ଟଫୋନରେ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଏହି ଫୋନରେ ଆପଣ କେଉଁ କେଉଁ ଫିଚର ପାଇବେ ୟୁଜର୍ସ?
Oppo Reno 15c ସ୍ପେସିଫିକେସନ୍:
ଡିସପ୍ଲେ: ଆଣ୍ଡ୍ରଏଡ୍ 16 ଉପରେ ଆଧାରିତ ColorOs 16 ରେ କାମ କରୁଥିବା ଏହି ଡୁଆଲ୍ -ସିମ୍ ଫୋନ୍ ୬.୫୯-ଇଞ୍ଚ ଫୁଲ୍-ଏଚଡି ପ୍ଲସ୍ ରିଜୋଲ୍ୟୁସନ୍ AMOLED ଡିସପ୍ଲେ ସହିତ ଆସିଥାଏ । ଏହି ଫୋନର ରିଫ୍ରେସ ରେଟ୍ ୧୨୦Hz ପର୍ଯ୍ୟନ୍ତ ଏବଂ ପିକ୍ ବ୍ରାଇଟନେସ୍ ୧୨୦୦ nits ପର୍ଯ୍ୟନ୍ତ ରହିଛି ।
ଚିପସେଟ୍: ଏହି ହ୍ୟାଣ୍ଡସେଟ୍ ରେ ସ୍ନାପଡ୍ରାଗନ୍ 7 ଜେନ୍ 4 ଚିପସେଟ୍ ସହିତ ଆଡ୍ରେନୋ 722 ଜିପିୟୁ, ୧୨GB ପର୍ଯ୍ୟନ୍ତ LPDDR5x RAM ଏବଂ ୫୧୨GB ପର୍ଯ୍ୟନ୍ତ UFS ୩.୧ ଅନବୋର୍ଡ ଷ୍ଟୋରେଜ୍ ରହିଛି ।
କ୍ୟାମେରା ସେଟଅପ୍: ଫୋନର ପଛ ଭାଗରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍, ୫୦ ମେଗାପିକ୍ସେଲ ୱାଇଡ୍ ଆଙ୍ଗେଲ୍ କ୍ୟାମେରା, ୫୦ ମେଗାପିକ୍ସେଲ ଟେଲିଫଟୋ କ୍ୟାମେରା ଏବଂ ୮ ମେଗାପିକ୍ସେଲର ଅଲଟ୍ରା-ୱାଇଡ୍ ଆଙ୍ଗେଲ୍ କ୍ୟାମେରା ରହିଛି । ସେଲଫି ପାଇଁ ୫୦ ମେଗାପିକ୍ସେଲ କ୍ୟାମେରା ସେନସର ଉପଲବ୍ଧ ହେବ ।
କନେକ୍ଟିଭିଟି: ଏହି ଫୋନରେ କନେକ୍ଟିଭିଟି ପାଇଁ NFC, ବ୍ଲୁଟୁଥ୍, GPS, GLONASS, Wi-Fi 6 ଏବଂ USB ଟାଇପ୍-ସି ପୋର୍ଟ ସାମିଲ ରହିଛି ।
ବ୍ୟାଟେରୀ: ଫୋନକୁ ଲାଇଫ୍ ଆଣିବା ପାଇଁ ଏକ ଦମଦାର୍ ୬୫୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି, ଯାହା ୮୦ ୱାଟ ୱାୟାର୍ଡ ଫାଷ୍ଟ ଚାର୍ଜକୁ ସପୋର୍ଟ କରେ ।
Oppo Reno 15c ମୂଲ୍ୟ:
ଏହି ଓପୋ ସ୍ମାର୍ଟଫୋନର ୧୨ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨୮୯୯ ଚାଇନିଜ୍ ୟୁଆନ୍ (ପ୍ରାୟ ୩୭୦୦୦ ଟଙ୍କା) ରହିଛି । ୧୨ ଜିବି ରାମ୍ ସହିତ ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୩୧୯୯ ଚାଇନିଜ୍ ୟୁଆନ୍ (ପ୍ରାୟ ୪୧୦୦୦ ଟଙ୍କା) ରହିଛି । ଏହି ଫୋନକୁ ଅରୋରା ବ୍ଲୁ, କଲେଜ ବ୍ଲୁ ଏବଂ ଷ୍ଟାରଲାଇଟ୍ ବୋ କଲର୍ ଅପ୍ସନ୍ ଲଞ୍ଚ କରାଯାଇଛି । ଏହି ଫୋନ୍ ବର୍ତ୍ତମାନ ଚାଇନାର ବଜାରରେ ଲଞ୍ଚ ହୋଇଛି । ଯଦି ଏହି ଫୋନ୍ ସମାନ ମୂଲ୍ୟରେ ଭାରତୀୟ ବଜାରରେ ଲଞ୍ଚ ହୁଏ । ତେବେ ଏହି ରେଞ୍ଜରେ ଏହି ଫୋନ୍ MOTOROLA Edge 60 Pro, Realme 15 Pro ଏବଂ OnePlus 13r 5G ଭଳି ସ୍ମାର୍ଟଫୋନକୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେବ ।