ମୋମୋ ଖାଉଛନ୍ତି କି ? ହୋଇଯାନ୍ତୁ ସମାଧାନ !
ମେଟ୍ରୋ ଟିଭି ଓଡିଶା (୨୫ .୨.୨୦୨୨) :
ଅଧିକାଂଶ ଲୋକ ମୋମୋ ଖାଇବାକୁ ପସନ୍ଦ କରନ୍ତି। ମୋମୋକୁ ଚଟନି ସହ ଖାଇବା ଦ୍ୱାରା ଏହାର ସ୍ୱାଦ ବଢିଥାଏ। କିଛି ଲୋକ ଏହାକୁ ପ୍ରତିଦିନ ଖାଆନ୍ତି ଓ ଆଉ କିଛି ସପ୍ତାହରେ ୩-୪ଥର ଖାଇ ଥାଆନ୍ତି। ଯଦି ଆପଣ ମଧ୍ୟ ମୋମୋ ଖାଇବାକୁ ପସନ୍ଦ କରନ୍ତି ତେବେ ଏହାର ସାଇଡଇଫେକ୍ଟ ଜାଣିରଖନ୍ତୁ।ମୋମୋ ଉତ୍ତର ଭାରତର ଏକ ପ୍ରମୁଖ ଖାଦ୍ୟ। ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଓ ଏହା ଅଳ୍ପ ପଇସାରେ ମିଳିଥାଏ। କିନ୍ତୁ ଏହି ଖାଦ୍ୟ ଆମ ଶରୀର ପାଇଁ କ୍ଷତିକାରକ।

ନରମ ମଇଦାକୁ ବଲ୍ ଆକୃତିର କରି ତା ଭିତରେ ଭେଜ୍ ଓ ନନଭେଜ୍ର ଷ୍ଟଫିଙ୍ଗ ଦେଇ ଷ୍ଟିମ୍ କରି ପ୍ରସ୍ତୁତ କରାଯାଏ। ପ୍ରତିଦିନ ଏହା ଖାଇବା ଦ୍ୱାରା ଶରୀରରେ ଗମ୍ଭୀର ସମସ୍ୟା ଦେଖା ଦେଇଥାଏ। ମୋମୋ ଓ ଏହାର ଚଟନି ଉଭୟ ଶରୀର ପାଇଁ ଅସ୍ୱାସ୍ଥ୍ୟକର । ମୋମୋର ଉପରି ଭାଗ ମଇଦାରେ ପ୍ରସ୍ତୁତ ହୋଇଥାଏ। ଯାହାକି ଶସ୍ୟରୁ ଫାଇବ୍ରସ ହଟିଲା ପରେ ଷ୍ଟାର୍ଚ ଅଂଶ। ଏହି ଷ୍ଟାର୍ଚ ଅଂଶରେ କେମିକାଲ ବ୍ଳିଚିଂ ପାଉଡର ଦିଆଯାଏ ଏହା ମଇଦାକୁ ନରମ କରାଏ। ଏହି କେମିକାଲ ଆମ ଶରୀରର ଅଗ୍ନାଶୟକୁ ନଷ୍ଟ କରି ଶରୀରରେ ଇନସୁଲିନର ଉତ୍ପାଦାନ କ୍ଷମତାକୁ ହ୍ରାସ କାରାଏ ଓ ଡାଇବେଟିସ୍ ରୋଗ ସୃଷ୍ଟି କରେ। ମୋମୋରେ ବ୍ୟବହୃତ ହେଉଥିବା ପରିବା ଓ ଚିକେନ ଅଧିକ ସମୟ ରହିଲେ ଏହା ଖରାପ ହୋଇଯାଏ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ସୃଷ୍ଟି ହୁଏ। ଏହି ଚିକେନରେ ବ୍ୟାକ୍ଟେରିଆର ପରିମାଣ ଅଧିକ ଥାଏ।
ଯାହା ଶରୀରପାଇଁ ଅତ୍ୟନ୍ତ ହାନିକାରକ। ନାଲି ଲଙ୍କା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ବଜାରରେ ଉପଲବ୍ଧ ଲଙ୍କା ପାଉଡରରେ କେମିକାଲ୍ ମିଶା ଯାଇଥାଏ। ମୋମୋ ସହ ଲଙ୍କା ଚଟନି ଖାଇବା ଦ୍ୱାରା ଏହା ଶରୀରରେ ପାଇଲସ୍ ରୋଗ ସୃଷ୍ଟି କରାଏ।ମୋମୋର ଶ୍ୱାଦ ବଢାଇବା ପାଇଁ ଏଥିରେ ମୋନୋ-ସୋଡିୟମ ଗ୍ଲୁଟାମେଟ ମିଶାଯାଏ। କିଛି ଖାଦ୍ୟରେ ଏହା ପ୍ରାକୃତିକ ଭାବରେଉପଲବ୍ଧ ଓ ଆଉ କିଛିରେ ଏହାକୁ କୃତିମ ଉପାୟରେ ମିଶାଯାଏ। ଏହା ଶରୀରରେ ମୋଟାପଣ ବୃଦ୍ଧି, ନର୍ଭ ଜନିତ ସମସ୍ୟା, ଝାଳ ବୋହିବା, ଛାତି ଦରଜ, ବାନ୍ତି ହେବା ଓ ହୃତ୍ପିଣ୍ଡ ଜନିତ ସମସ୍ୟା ସୃଷ୍ଟି କରାଏ। ମୋମୋରେ ବନ୍ଧାକୋବି ପତ୍ରର ଷ୍ଟଫିଙ୍ଗ ଦିଆଯାଏ। ଏହାକୁ ଠିକ୍ ଭାବରେ ନରାନ୍ଧିଲେ ଏଥିରେ ଥିବା ଟେପଓ୍ଵାର୍ମ ବୀଜାଣୁ ମସ୍ତିଷ୍କ ଉପରେ ପ୍ରଭାବ ପକାଏ।