ଦିନକୁ ଦୁଇରୁ ତିନି କପ୍ ଚା ଯଥେଷ୍ଟ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ

ଏମିତି ଅନେକ ଲୋକ ଅଛନ୍ତି , କପେ ଚା ରୁ ସେମାନଙ୍କ ଦିନ ଆରମ୍ଭ ହୁଏ। କିନ୍ତୁ ଆମେ ଜାଣିପାରୁନାହୁଁ ଯେ ଏହି ଅଭ୍ୟାସ କେତେବେଳେ ଦୁଇ କପ୍ ରୁ ତିନି କପ୍, ତାପରେ ଚାରି କପ୍ ହୁଏ। ଅତ୍ୟଧିକ ଚା ପିଇବା ଦ୍ୱାରା ପ୍ରାୟତଃ ଗ୍ୟାସ୍, ଏସିଡିଟି, ଚିନ୍ତା ଏବଂ ଅନିଦ୍ରା ଭଳି ସମସ୍ୟା ଦେଖାଦେଇଥାଏ। ଲୋକମାନେ ସାଧାରଣତଃ ଥକ୍କାପଣ କିମ୍ବା ଚାପ ଦୂର କରିବା ପାଇଁ ବାରମ୍ବାର ଚା ପିଅନ୍ତି, କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଯେ ଏହା କେତେ ଠିକ୍ କିମ୍ବା କେତେ ଭୁଲ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଦିନକୁ ଦୁଇରୁ ତିନି କପ୍ ଚା ଯଥେଷ୍ଟ । ଏହାଠାରୁ ଅଧିକ ପିଇବା ଦ୍ୱାରା ଶରୀରରେ କ୍ୟାଫିନର ପରିମାଣ ବୃଦ୍ଧି ପାଇଥାଏ। ଯାହାଫଳରେ ଏସିଡିଟି ଏବଂ ନିଦ୍ରାହୀନତା ଭଳି ସମସ୍ୟା ଦେଖାଦେଇଥାଏ। ଯେପରି ଖାଦ୍ୟରେ ଲୁଣ କମ୍ ଖାଇଲେ ଭଲ ସେହିଭଳି ଚା ମଧ୍ୟ ସନ୍ତୁଳିତ ପରିମାଣରେ ହିଁ ଲାଭଦାୟକ। କିଛି ଗବେଷଣାରୁ ଜଣାପଡିଛି ଯେ ଚା ରେ କ୍ଷୀର ଏବଂ ଚିନି କମ୍ ପକାଇ ସପ୍ତାହରେ ତିନିରୁ ଚାରି ଥର ପିଇଲେ ହୃଦରୋଗର ଆଶଙ୍କା କମ ହୋଇଥାଏ।

ଖାଲି ପେଟରେ ଚା କାହିଁକି ପିଇବା ଉଚିତ୍ ନୁହେଁ?
ଅନେକ ଲୋକ ସକାଳେ ଉଠିବା ମାତ୍ରେ ଖାଲି ପେଟରେ ଚା କିମ୍ବା କଫି ପିଇଥାନ୍ତି। ଯାହା ପେଟରେ ଏସିଡ୍ ବୃଦ୍ଧି କରିଥାଏ। ଏହା ଗ୍ୟାସ୍, ପେଟ ପୋଡ଼ା ଏବଂ ବଦହଜମୀର କାରଣ ହୋଇପାରେ। ତେଣୁ, ସକାଳେ ପ୍ରଥମେ ଏକ ଗ୍ଲାସ୍ ଉଷୁମ ପାଣି କିମ୍ବା ତାଜା ଫଳ ଖାଇବା ଭଲ। ତା’ପରେ ଚା ପିଇବା ଉଚିତ୍। ଏହା ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ରକ୍ତଚାପ ସନ୍ତୁଳିତ ରଖିବ।

Leave a comment