ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରି ସରକାର କିଛି ଅତ୍ୟାବଶ୍ୟକ ଔଷଧର ଦର ହ୍ରାସ କରିଛନ୍ତି। ନାକ, କାନ, ହୃଦୟ ଏବଂ ମଧୁମେହ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ଉପଲବ୍ଧ ହେବ। ଏସବୁ ବ୍ୟତୀତ ଲୋକମାନେ କମ୍ ମୂଲ୍ୟରେ ମଲ୍ଟିଭାଇଟାମିନ୍ ଔଷଧ ମଧ୍ୟ ପାଇପାରିବେ। ମୋଟ୍ ୫୪ ଔଷଧର ଦର ଶସ୍ତା ହୋଇଛି।ନିକଟରେ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଔଷଧର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଏହାକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ ୫୪ ଟି ଅତ୍ୟାବଶ୍ୟକ ଔଷଧ ସହିତ ୮ ଟି ସ୍ବତନ୍ତ୍ର ଔଷଧର ଦର ହ୍ରାସ କରାଯାଇଛି। ସେସବୁ ଔଷଧ ମଧ୍ୟରେ ମଧୁମେହ ଔଷଧ,ହୃଦୟ ଔଷଧ,ଆଣ୍ଟିବାୟୋଟିକ୍,ଭିଟାମିନ୍ ଡି,ମଲ୍ଟି ଭିଟାମିନ୍ ,କାନ ଔଷଧ, ନାକ ଔଷଧ ଆଦି ରହିଛି। ଏହା ସହିତ ୮ ଟି ସ୍ୱତନ୍ତ୍ର ଔଷଧର ଦର ମଧ୍ୟ ହ୍ରାସ କରାଯାଇଛିନାହିଁ | ଗତ ମେ’ମାସରେ ସରକାର ଔଷଧର ଦର ହ୍ରାସ କରିଥିଲେ। ସେତେବେଳେ ୪୧ ଟି ଜରୁରୀ ଔଷଧ ଏବଂ ୬ ଟି ବିଶେଷ ଔଷଧର ଦର ହ୍ରାସ କରାଯାଇଥିଲା | ଏଥିରେ ଏସିଡିଟି, ଗ୍ୟାସ୍, ପେନ୍ କିଲର, ଆଲର୍ଜି ଏବଂ ଯକୃତ ଔଷଧ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ମଧୁମେହ, ଆଣ୍ଟିବାୟୋଟିକ୍, ହୃଦୟ ଏବଂ ମଲ୍ଟି ଭିଟାମିନ୍ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା।ପରିସଂଖ୍ୟାନ ଅନୁସାରେ ଭାରତରେ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ଅଛନ୍ତି, ଯେଉଁମାନେ ଶର୍କରାସ୍ତର ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଔଷଧ ସେବନ କରୁଛନ୍ତି।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post