ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରି ସରକାର କିଛି ଅତ୍ୟାବଶ୍ୟକ ଔଷଧର ଦର ହ୍ରାସ କରିଛନ୍ତି। ନାକ, କାନ, ହୃଦୟ ଏବଂ ମଧୁମେହ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ଉପଲବ୍ଧ ହେବ। ଏସବୁ ବ୍ୟତୀତ ଲୋକମାନେ କମ୍ ମୂଲ୍ୟରେ ମଲ୍ଟିଭାଇଟାମିନ୍ ଔଷଧ ମଧ୍ୟ ପାଇପାରିବେ। ମୋଟ୍ ୫୪ ଔଷଧର ଦର ଶସ୍ତା ହୋଇଛି।ନିକଟରେ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଔଷଧର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଏହାକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ ୫୪ ଟି ଅତ୍ୟାବଶ୍ୟକ ଔଷଧ ସହିତ ୮ ଟି ସ୍ବତନ୍ତ୍ର ଔଷଧର ଦର ହ୍ରାସ କରାଯାଇଛି। ସେସବୁ ଔଷଧ ମଧ୍ୟରେ ମଧୁମେହ ଔଷଧ,ହୃଦୟ ଔଷଧ,ଆଣ୍ଟିବାୟୋଟିକ୍,ଭିଟାମିନ୍ ଡି,ମଲ୍ଟି ଭିଟାମିନ୍ ,କାନ ଔଷଧ, ନାକ ଔଷଧ ଆଦି ରହିଛି। ଏହା ସହିତ ୮ ଟି ସ୍ୱତନ୍ତ୍ର ଔଷଧର ଦର ମଧ୍ୟ ହ୍ରାସ କରାଯାଇଛିନାହିଁ | ଗତ ମେ’ମାସରେ ସରକାର ଔଷଧର ଦର ହ୍ରାସ କରିଥିଲେ। ସେତେବେଳେ ୪୧ ଟି ଜରୁରୀ ଔଷଧ ଏବଂ ୬ ଟି ବିଶେଷ ଔଷଧର ଦର ହ୍ରାସ କରାଯାଇଥିଲା | ଏଥିରେ ଏସିଡିଟି, ଗ୍ୟାସ୍, ପେନ୍ କିଲର, ଆଲର୍ଜି ଏବଂ ଯକୃତ ଔଷଧ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ମଧୁମେହ, ଆଣ୍ଟିବାୟୋଟିକ୍, ହୃଦୟ ଏବଂ ମଲ୍ଟି ଭିଟାମିନ୍ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା।ପରିସଂଖ୍ୟାନ ଅନୁସାରେ ଭାରତରେ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ଅଛନ୍ତି, ଯେଉଁମାନେ ଶର୍କରାସ୍ତର ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଔଷଧ ସେବନ କରୁଛନ୍ତି।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post
Next Post