ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କା
କଞ୍ଚା ଲଙ୍କା ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳେ। କଞ୍ଚା ଲଙ୍କା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ। ଭାରତର ଲୋକମାନେ ମସଲାଯୁକ୍ତ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପସନ୍ଦ କରନ୍ତି, ଯେଉଁଥିରେ କଞ୍ଚା ଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ କରିଥାଏ।
କଞ୍ଚା ଲଙ୍କାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯେଉଁଥିରେ ପୋଟାସିୟମ୍, କପର, ଆଇରନ୍, ଭିଟାମିନ୍ ଏ, ସି, ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଇତ୍ୟାଦି ସାମିଲ। ଏହା ସହିତ ଏଥିରେ ବିଟା କାରୋଟିନ୍, କ୍ରିପ୍ଟୋକ୍ସାଣ୍ଟିନ୍, ଲ୍ୟୁଟିନ୍-ଜିଆକ୍ସାଣ୍ଟିନ୍ ଇତ୍ୟାଦି ସୁସ୍ଥ ଜିନିଷ ଏଥିରେ ଉପସ୍ଥିତ। ସାଧାରଣତଃ ଲୋକମାନେ ଭାବନ୍ତି କଞ୍ଚା ଲଙ୍କା କେବଳ ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ତାହା ନୁହେଁ। ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେହି ବିଷୟରେ…
କଞ୍ଚା ଲଙ୍କା ଖାଇବାର ଫାଇଦା :
-କଞ୍ଚା ଲଙ୍କାରେ ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ, ଯାହା ଶରୀରରେ ଅନ୍ୟ ଭିଟାମିନ୍ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ଏହା ଆମ ଚର୍ମ ପାଇଁ ଭଲ ହୋଇଥାଏ।
-କଞ୍ଚା ଲଙ୍କା ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏଥିରେ ଡାଏଟାରୀ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ ରହିଥାଏ।
– କଞ୍ଚା ଲଙ୍କାରେ ଭିଟାମିନ୍ ଏ ମିଳିଥାଏ, ଯାହା ଆଖି ଏବଂ ଚର୍ମ ପାଇଁ ଲାଭଦାୟକ ହୋଇଥାଏ।
-କଞ୍ଚା ଲଙ୍କା ଏକ ମୁଡ୍ ବୁଷ୍ଟର୍ ଭାବରେ କାର୍ଯ୍ୟ କରେ। ଏହା ଆମ ମସ୍ତିଷ୍କରେ ଏଣ୍ଡୋରଫିନ୍ ସଞ୍ଚାର କରେ। ଯେଉଁଥିପାଇଁ ଆମର ମନୋବଳ ସୁଖଦ ରହିଥାଏ।
-ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି କଞ୍ଚା ଲଙ୍କା ଚିନି ବ୍ଲଡ୍ ସୁଗାରକୁ କମ୍ କରିବାରେ ସହାୟକ କରେ।
-କଞ୍ଚା ଲଙ୍କାରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ଦ୍ୱାରା ଶରୀର ଜୀବାଣୁମୁକ୍ତ ରହିଥାଏ। ଏହା ସହିତ, ଏହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ।