ରାଜ୍ୟ ସରକାରଙ୍କ ଯୋଜନା , ନବମ -ଦଶମ ପିଲାଙ୍କୁ ମିଳିବ ମାଗଣା ଭୋଜନ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସବୁ ପିଲାଙ୍କୁ ମିଳିବ । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏହି ବଡ଼ ଘୋଷଣା କରିଛନ୍ତି।

ସେପଟେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍‌ରେ କାଉନସେଲିଂ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ ଖୋଲାଯିବ।