ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ ହିଁ ହେଲେ ନୂଆ ଫେଶନର ପ୍ରବର୍ତ୍ତକ। ଆମେ ତାଙ୍କୁ ‘ସେଲିବ୍ରିଟି’ ବୋଲି ସମ୍ମାନ ଦେଉ। ଏଣୁ ସେମାନଙ୍କୁ ଅନୁସରଣ କରି ନିଜକୁ ସଜାଇ ଏବଂ ପୋଷାକ ପତ୍ର ପିନ୍ଧୁ। ତେବେ ଅନେକ ସ୍ଥଳେ ଏହା କିପରି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ତାହାର ଏକ ଉଦାହରଣ ହେଲା ‘ହାଇ ହିଲ୍ସ’ ବା ଉଚ୍ଚ ଗୋଇଠିଯୁକ୍ତ ଜୋତା। ସାଧାଣଣତଃ ଆଧୁନିକ ଝିଅମାନେ ଏହାକୁ ଆପଣେଇ ଥାଆନ୍ତି। ତେବେ ଶରୀରବିଜ୍ଞାନୀମାନଙ୍କ ମତରେ ପାଦ ଏବଂ ଅସ୍ଥି ଉପରେ ଏହାର ଅନେକ କୁପ୍ରଭାବ ପଡ଼ିଥାଏ।
ଏହି ଅନୁଯାୟୀ ଏ ଜୋତା ପିନ୍ଧିଲେ ଶରରୀର ଓଜନ ପାଦ ଓ ଏହାର ହାଡ଼ଗଣ୍ଠି ତଥା ମାଂସପେଶୀ ରଜ୍ଜୁ ଉପରେ ଅସମତୁଲ ଭାବରେ ପଡ଼େ। ଏହି ଚାପ ବିଶେଷକରି ବୁଢ଼ା ଆଙ୍ଗୁଠି ଗଣ୍ଠିକୁ ଅସ୍ଥିର କରେ। ଫଳରେ ଏହାର କେତେକ ଅଂଶର କଠିନ ଗୋବମାନ ସୃଷ୍ଟି ହୁଏ। ଏହାକୁ ‘ବୁନିଅନ୍’ ବୋଲି କୁହାଯାଏ। ଏହା ପାଦକୁ ଅସ୍ଥିର କରେ ଏବଂ ଯନ୍ତ୍ରଣା ସୃଷ୍ଟି କରେ।
‘ହାଇ ହିଲ୍’ ବ୍ୟତୀତ ଅଧିକ ଚିପା ଜୋତା ପିନ୍ଧିବା ବଂଶଗତ ଭାବେ ପ୍ରାପ୍ତ ପାଦର ଗାଠନିକ ତ୍ରୁଟି କିମ୍ବା ତା’ ଉପରେ ଅଧିକ ଚାପ ନତୁବା ଆଣ୍ଠୁଗଣ୍ଠି ରୋଗ ମଧ୍ୟ ଏହା ସୃଷ୍ଟି କରିପାରେ। ସାଧାରଣଭାବେ ଏହାର ଲକ୍ଷଣଗୁଡ଼ିକ ହେଲା- ପାଦର ବୁଢ଼ାଆଙ୍ଗୁଠି କଡ଼ରେ ଫୁଲା ସୃଷ୍ଟି, ବୁଢ଼ା ଆଙ୍ଗୁଠିର ଗଣ୍ଠି ଫୁଲିବା, ଲାଲ ପଡ଼ିବା ଏବଂ ଯନ୍ତ୍ରଣା ଦେବା, ଏହାର ତଳ ଭାଗର ଚମଡ଼ା ମୋଟା ହୋଇଯିବା, ଆଙ୍ଗୁଠିଗୁଡ଼ିକର ସନ୍ଧି ସ୍ଥାନରେ ବିଣ୍ଡି ହେବା, ଆଙ୍ଗୁଠି ଓ ପାଦରେ କ୍ରମାଗତ ଯନ୍ତ୍ରଣା ହେବା, ବୁଢ଼ାଆଙ୍ଗୁଠିର ଓଜନ ବାଧାପ୍ରାପ୍ତ ହେବା ଇତ୍ୟାଦି। ବେଳେବେଳେ ଏହାର ଯନ୍ତ୍ରଣା ଏତେ ହୋଇପାରେ ଯେ, ସାଦା ଜୋତା ମଧ୍ୟ ପିନ୍ଧି ଚାଲିବା କଷ୍ଟକର ହୁଏ। ପୁନଶ୍ଚ ପାଦକୁ ଜୋତା ମଧ୍ୟ ଖାପଖାଏ ନାହିଁ।
ଏହାବ୍ୟତୀତ ‘ହାଇ ହିଲ୍’ ଜୋତା ହାଡ଼ ପାପରା ଏବଂ ସ୍ଥାୟୀ ରୂପେ ଅଣ୍ଟା ବିନ୍ଧାର କାରଣ ମଧ୍ୟ ହୋଇପାରେ। ପୁନଶ୍ଚ ତଦ୍ଦ୍ବାରା ମେରୁଦଣ୍ଡ ଉପରେ ଅତ୍ୟଧିକ ଚାପ ପଡ଼େ, ଯାହାକି କାଳକ୍ରମେ ସାମଗ୍ରିକ ଶରୀରର ଅସ୍ଥି ବ୍ୟବସ୍ଥାର ଗଠନ ଏବଂ ଅବସ୍ଥାକୁ କ୍ଷତିଗ୍ରସ୍ତ କରେ। ଏପରି କି ଏହା ରକ୍ତ ସଞ୍ଚାଳନରେ ମଧ୍ୟ ବାଧା ସୃଷ୍ଟି କରିପାରେ।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post