ଘରର ମୁଖ୍ୟ ଦ୍ୱାର ନିକଟରେ ଆଙ୍କିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି କୁହାଯାଏ। ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ। ଶାସ୍ତ୍ରରେ ଏହାକୁ ଭଗବାନ ବିଷ୍ଣୁଙ୍କ ଆସନ ଓ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ୱସ୍ତିକ ଚିହ୍ନ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ଏଭଳି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ଓ ହସଖୁସି ପ୍ରାପ୍ତି ହୋଇଥାଏ।
ଘରର ମୁଖ୍ୟ କବାଟରେ ତମ୍ବାରେ ତିଆରି ସ୍ୱସ୍ତିକ ଲଗାନ୍ତୁ। ଜାଣନ୍ତୁ ଏହା ଦ୍ୱାରା କି କି ଲାଭ ମିଳିଥାଏ।
ତମ୍ବାକୁ ଏକ ପବିତ୍ର ଧାତୁ କୁହାଯାଏ। ଏଥିରେ ତିଆରି ହୋଇଥିବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତମ୍ବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା କାହାର ଖରାପ ନଜର ଲାଗି ନଥାଏ।
ଘରର ମୁଖ୍ୟ ଦ୍ୱାରରେ ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହା ସୂର୍ଯ୍ୟଙ୍କ ଶକ୍ତିକୁ ମଧ୍ୟ ଆକର୍ଷିତ କରିଥାଏ। ଫଳରେ ଘରେ ଖୁସି ପ୍ରବେଶ କରିବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ। ଉନ୍ନତି ହୋଇଥାଏ।
ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ରହିଥାଏ। ରୋଗ ଦୂର ହୋଇଥାଏ। ଦୀର୍ଘ ଦିନରୁ ରୋଗ ଲାଗି ରହିଥିଲେ, ଏହା ଦୂର ହୋଇଥାଏ। ସଦସ୍ୟଙ୍କ ମନ ଶାନ୍ତ ସହ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ତମ୍ବା ସ୍ୱସ୍ତିକକୁ ସର୍ବଦା ଘରର ମୁଖ୍ୟ ଦରଜାରେ ମଝି ଭାଗରେ ଲଗାନ୍ତୁ। ଘର ଭିତରେ ମଧ୍ୟ ଏହାକୁ ଲଗାଇ ପାରିବେ। ଏହାଦ୍ୱାରା ମଧ୍ୟ ଶୁଭଫଳ ମିଳିଥାଏ। ଘର ଭିତରେ ତମ୍ବାର ସ୍ୱସ୍ତିକକୁ ପୂର୍ବ ଦିଗରେ ଲଗାନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସ୍ୱସ୍ତିକ ଚିହ୍ନ ଲଗାଇ ପାରିବେ।
Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post