ଘରର ମୁଖ୍ୟ ଦ୍ୱାର ନିକଟରେ ଆଙ୍କିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି କୁହାଯାଏ। ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ। ଶାସ୍ତ୍ରରେ ଏହାକୁ ଭଗବାନ ବିଷ୍ଣୁଙ୍କ ଆସନ ଓ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ୱସ୍ତିକ ଚିହ୍ନ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ଏଭଳି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ଓ ହସଖୁସି ପ୍ରାପ୍ତି ହୋଇଥାଏ।
ଘରର ମୁଖ୍ୟ କବାଟରେ ତମ୍ବାରେ ତିଆରି ସ୍ୱସ୍ତିକ ଲଗାନ୍ତୁ। ଜାଣନ୍ତୁ ଏହା ଦ୍ୱାରା କି କି ଲାଭ ମିଳିଥାଏ।
ତମ୍ବାକୁ ଏକ ପବିତ୍ର ଧାତୁ କୁହାଯାଏ। ଏଥିରେ ତିଆରି ହୋଇଥିବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତମ୍ବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା କାହାର ଖରାପ ନଜର ଲାଗି ନଥାଏ।
ଘରର ମୁଖ୍ୟ ଦ୍ୱାରରେ ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହା ସୂର୍ଯ୍ୟଙ୍କ ଶକ୍ତିକୁ ମଧ୍ୟ ଆକର୍ଷିତ କରିଥାଏ। ଫଳରେ ଘରେ ଖୁସି ପ୍ରବେଶ କରିବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ। ଉନ୍ନତି ହୋଇଥାଏ।
ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ରହିଥାଏ। ରୋଗ ଦୂର ହୋଇଥାଏ। ଦୀର୍ଘ ଦିନରୁ ରୋଗ ଲାଗି ରହିଥିଲେ, ଏହା ଦୂର ହୋଇଥାଏ। ସଦସ୍ୟଙ୍କ ମନ ଶାନ୍ତ ସହ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ତମ୍ବା ସ୍ୱସ୍ତିକକୁ ସର୍ବଦା ଘରର ମୁଖ୍ୟ ଦରଜାରେ ମଝି ଭାଗରେ ଲଗାନ୍ତୁ। ଘର ଭିତରେ ମଧ୍ୟ ଏହାକୁ ଲଗାଇ ପାରିବେ। ଏହାଦ୍ୱାରା ମଧ୍ୟ ଶୁଭଫଳ ମିଳିଥାଏ। ଘର ଭିତରେ ତମ୍ବାର ସ୍ୱସ୍ତିକକୁ ପୂର୍ବ ଦିଗରେ ଲଗାନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସ୍ୱସ୍ତିକ ଚିହ୍ନ ଲଗାଇ ପାରିବେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post