ସଜନା ଶାଗରେ ବିଭିନ୍ନ ପ୍ରକାର ଭିଟାମିନ୍ ଯଥା-କ୍ୟାଲ୍ସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍-ଏ, ସି ଏବଂ ଇ ଭରି ରହିଛି। ନିୟମିତ ସଜନା ଶାଗ ଖାଇଲେ ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ମଜଭୁତ ରଖିବାରେ ଅନେକାଂଶରେ ସହାୟକ ହୋଇଥାଏ।ଏଥିରେ ଆଉ ଏକ ଉପକାରୀ ଗୁଣ ରହିଛି। ରକ୍ତଚାପକୁ ସନ୍ତୁଳିତ ରଖିବାରେ ଅନେକାଂଶରେ ସାହାଯ୍ୟ କରେ ସଜନା ଶାଗ। ଏହା ଲିଭର୍ ସେଲ୍କୁ କେତେକାଂଶରେ ସୁରକ୍ଷିତ ରଖିଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏହା ମଧ୍ୟ ଉପକାରୀ।ସଜନା ଶାଗ ଶରୀରର ଚର୍ବି ଅଂଶକୁ କମାଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କେଶମୂଳକୁ ଦୃଢ଼ ରଖିଥାଏ। ଏହା ମଧ୍ୟ ହଜମ ଶକ୍ତିକୁ ଆହୁରି ଦୃଢ଼ କରିଥାଏ। ନିୟମିତ ସଜନା ଶାଗ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରେ। ଆଜ୍ମା ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post