ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ହୃଦୟ ମାଂସପେଶୀକୁ ଅମ୍ଲଜାନଯୁକ୍ତ ରକ୍ତ ଯୋଗାଣ ହ୍ରାସ କରିପାରେ । ଏପରି ସ୍ଥିତିରେ ହୃଦୟ ଅତ୍ୟଧିକ ପରିଶ୍ରମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥାଏ । ଶୀତଦିନେ ଛାତି ସଂକ୍ରମଣ, ହୃଦସ୍ପନ୍ଦନ ଓ ରକ୍ତଚାପ ଆଦି ସମସ୍ୟା ବୃଦ୍ଧି ପାଇଥାଏ । ଅତ୍ୟଧିକ ଥଣ୍ଡା ରକ୍ତବାହୀ ନଳୀକୁ ସଂକୀର୍ଣ୍ଣ କରିବାର ସମ୍ଭାବନା ରହିଥାଏ । ତେଣୁ ତାହା ରକ୍ତ ପ୍ରବାହକୁ ସୀମିତ କରିଦେଇଥାଏ । ଶୀତଦିନେ ସୁସ୍ଥ ଜୀବନ ପାଇଁ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ନିହାତି ଜରୁରୀ ।ଥଣ୍ଡା ବଢ଼ିବା କାରଣରୁ ହୃଦୟର ସ୍ନାୟୁ ବ୍ୟବସ୍ଥାରେ କ୍ୟାଟେକୋଲାମାଇନ୍ସ ବୃଦ୍ଧି ପାଇବାରୁ ତାହା ହୃଦଘାତର କାରଣ ସାଜିଥାଏ । ରକ୍ତଚାପ ରୋଗୀମାନେ ବାହାରକୁ ଯିବାରୁ ନିବୃତ୍ତ ରହିବା ସହ ସୁସ୍ଥ ପରିବେଶରେ ରୁହନ୍ତୁ । ଶୀତଦିନେ ବାୟୁ ପ୍ରଦୂଷଣ ପାଇଁ ଶ୍ୱାସ ସମସ୍ୟା ଦେଖାଦେଇଥାଏ । ଏହା ହୃଦଘାତ ରୋଗୀଙ୍କର ଛାତି ସଂକ୍ରମଣ ବଢ଼ାଇଥାଏ । ଶୀତଦିନେ ଆମର ଶରୀର ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟକିରଣ ନ ପାଇବାରୁ ଭିଟାମିନ୍ ଡି’ର ଅଭାବ ପରିଲକ୍ଷିତ ହୋଇଥାଏ । ଏହାର ଅଭାବରେ ହୃଦଘାତ ଆଶଙ୍କା ବଢ଼ିଥାଏ । ତେଣୁ ଆପଣମାନେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କରି ଭିଟାମିନ୍ ଡି ସପ୍ଲିମେଣ୍ଟ ନେଇପାରିବେ । ଏହି ସିଜିନିରେ ଶାରୀରିକ ସକ୍ରି୍ରୟତା ଅଭାବରୁ କାର୍ଡିଓ ଭାସ୍କୁଲାର ରୋଗ ହୋଇପାରେ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post
Next Post