ଅନେକ ସମୟରେ ଲୋକମାନେ ସକାଳୁ ଉଠି ମର୍ଣ୍ଣିଂୱାକ୍ ଯିବା ପାଇଁ ପସନ୍ଦ କରିଥାନ୍ତି । ସକାଳର ସତେଜ ବାତାବରଣରେ କିଛି ସମୟ ବିତାଇବା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ ବୟସ ଯୋଗୁଁ ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟ ଯୋଗୁଁ ବ୍ୟକ୍ତି ଅଧିକ ଦୂର ପର୍ଯ୍ୟନ୍ତ ଚାଲି ବା ଦୌଡ଼ି ପାରି ନଥାଏ । ଅଳ୍ପ ଦୂର ଯିବା ପରେ ସେମାନେ ଥକି ଯା’ନ୍ତି । ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଅସନ୍ତୁଳିିତ ଆହାର ଦୁର୍ବଳ ହୃଦୟର ମୁ୍ଖ୍ୟ କାରଣ । ତେଣୁ ହୃଦୟକୁ ମଜବୁତ କରିବା ପାଇଁ ଆମକୁ ଖାଦ୍ୟପେୟରେ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ । କୁହାଯାଏ ଡାଲି ହେଉଛି ପ୍ରୋଟିନର ଉତ୍ତମ ସ୍ରୋତ । ଏହାର ଫାଇଦା ମଧ୍ୟ ଅନେକ । ଡାଲିରେ ପ୍ରୋଟିନ୍ ବ୍ୟତୀତ ଫାଇବର ଏବଂ ଲୋ ଫ୍ୟାଟ୍ ରହିଛି ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଡାଲି ଜାତୀୟ ଖାଦ୍ୟକୁ ମଞ୍ଜି ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ସୁସ୍ଥ ହୃଦୟ ପାଇଁ କେଉଁ ସବୁ ଡାଲି ସେବନ କରିବା ସ୍ୱାସ୍ଥ୍ୟପୋଯୋଗୀ ହୋଇଥାଏ ।
– ମସୁର ଡାଲି: ଏହା ପୁଷ୍ଟିକର ଏବଂ ଶକ୍ତିବର୍ଦ୍ଧକ ଅଟେ । ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ ଏବଂ ଫାଇବରରେ ଭରପୁର ମସୁର ଡାଲି । ଏହା ହୃଦ୍ଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ହ୍ରାସ କରିଥାଏ ।
– ହରଡ଼ ଡାଲି: ଘରେ ଘରେ ପରିଚିତ ଏହି ଡାଲି ଅତି ସହଜରେ ଉପଲବ୍ଧ । ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଏମିନୋ ଏସିଡ୍ ରହିଛି । ଏମିନୋ ଏସିଡ୍ ପ୍ରୋଟିନର ବିଲ୍ଡିଂ ବ୍ଲକ୍ ଭଳି କାର୍ଯ୍ୟ କରିଥାଏ । ହୃଦୟର ମାଂଶପେଶୀ ଗୁଡ଼ିକୁ ମଜବୁତ କରିବା ପାଇଁ ପ୍ରତିଦିନ ହରଡ଼ ଡାଲିର ସେବନ କରିବା ଉଚିତ ।