ଗତ ୮ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ ଏବେ ଆଡମିଟ୍ କାର୍ଡ ଜାରି କରାଯାଇଛି । ଏନେଇ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହି ଦୁଇ ଶିକ୍ଷକ ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ଅଫିସିଆଲ ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ପୁଣି ଥରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ୧୧ ତାରିଖ ଠାରୁ ୱେବସାଇଟରେ ଆଡମିସନ ଲେଟର ଉପଲବ୍ଧ ହେବା ନେଇ ପୂର୍ବରୁ ଓଏସଏସସି ତରଫରୁ କୁହାଯାଇଥିଲା । ପ୍ରାର୍ଥୀମାନେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ନିଜର ପରୀକ୍ଷା ଭେନ୍ୟୁ ଜାଣିପାରିବେ ।ସଂସ୍କୃତ ଶିକ୍ଷକ ପଦ ପାଇଁ ପ୍ରଥମ ପର୍ଯ୍ୟାୟରେ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ସଂସ୍କୃତ ବିଷୟରେ ୧୩୦ ମାର୍କର ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହିନ୍ଦି ଶିକ୍ଷକ ପଦ ପାଇଁ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ହିନ୍ଦି ବିଷୟରେ ୧୩୦ ମାର୍କ ପରୀକ୍ଷା ହେବ । ପ୍ରାର୍ଥୀମାନେ ଦୁଇ ଘଣ୍ଟାରେ ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post