କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ ଆଣ୍ଟି-ଅକ୍ସିଡାଣ୍ଟ୍ ଗୁଣ ଥିବାରୁ ବାହାର ଜୀବାଣୁକୁ ଏହା ଶରୀର ଭିତରକୁ ଯିବାକୁ ଦିଏ ନାହିଁ। ଏଥିରେ ଭିଟାମିନ୍-ଏ ଭରିରହିଛି, ଯାହା ନୂଆ ଚର୍ମ ଗଠନରେ ସହାୟକ ହୋଇଥାଏ। ପ୍ରତିଦିନ କଲରା ଖାଇବା ଆଖି ପାଇଁ ମଧ୍ୟ ମହୌଷଧି ପରି କାମ କରେ। ହୃଦ୍ଜନିତ ଏବଂ ଡାଇବେଟିସ୍ ସମସ୍ୟା ସହ ଜଡ଼ିତ ବ୍ୟକ୍ତି ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର। କାରଣ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ କମିଥାଏ। କଲରା ଜୁସ୍ ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଇନ୍ସୁଲିନ୍ କ୍ଷରଣକୁ ସନ୍ତୁଳିତ ରଖି ରକ୍ତ ସଂଚାଳନକୁ ଶରୀରରେ ଠିକ୍ ଭାବେ କରାଇଥାଏ କଲରା। ଉଚ୍ଚ ରକ୍ତଚାପ, ଆଜ୍ମା ଭଳି ମାରାତ୍ମକ ରୋଗକୁ ଏହା କିଛିମାତ୍ରାରେ ମଧ୍ୟ କମାଇଥାଏ। ଏହା କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post