ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଅଙ୍ଗୁରରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏଥିଯୋଗୁଁ ଶରୀର ବାହ୍ୟ ସଂକ୍ରମଣରୁ କେତେକାଂଶରେ ରକ୍ଷା ପାଇଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ନିକଟରେ ଜଣାପଡ଼ିଛି ଯେ, ଏଥିରେ ଥିବା ଉପକାରୀ ତତ୍ତ୍ୱ କ୍ୟାନ୍ସର ଆକ୍ରାନ୍ତ କୋଷ(ସେଲ୍)ଗୁଡ଼ିକୁ ବୃଦ୍ଧି କରିବାକୁ ଦେଇ ନ ଥାଏ। ଏଥିରେ ଫାଇବର୍ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ୍ର ମାତ୍ରାକୁ ସନ୍ତୁଳିତ ରଖେ। ଅଙ୍ଗୁରରେ ଭିଟାମିନ୍-କେ, କ୍ୟାଲସିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଥିବାରୁ ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post