ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି। ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁନାଶକ। ପ୍ରାକୃତିକ ଉପାୟରେ ଏହି ପାଣିରୁ ଦୂଷିତ ପଦାର୍ଥ ବାହାରିଯାଇଥାଏ। ନିୟମିତ ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। ଏହା ମଧ୍ୟ କ୍ଳାନ୍ତିରୁ ଉପଶମ ପ୍ରଦାନ କରେ। ଯଦି ଶରୀରର କୌଣସି ବାହ୍ୟ ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେହି ସ୍ଥାନରେ ମାଠିଆ ପାଣି ଢାଳିଲେ ରକ୍ତ ବୋହିବା କେତେକାଂଶରେ ବନ୍ଦ ହୋଇଯାଏ। ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତିି ପ୍ରଖର ହେବା ସହ ହାର୍ଟ ସୁସ୍ଥ ରହିଥାଏ। ପେଟଜନିତ ସମସ୍ୟା ଏବଂ ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍ ଉପକାରୀ। କିନ୍ତୁ ଯଦି ଆପଣଙ୍କର ଆଜ୍ମା ସମସ୍ୟା ରହିଛି, ତେବେ ଏହି ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ। ଆଉ ଏକ କଥା, ପ୍ରତିଦିନ ଏହି ପାଣିକୁ ବଦଳାନ୍ତୁ ଏବଂ ମାଠିଆ ଭିତରଭାଗକୁ ଭଲ ଭାବରେ ପରିଷ୍କାର କରି ପାଣି ଭର୍ତ୍ତିି କରନ୍ତୁ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ