ବର୍ଷା ପାଣି କେଶକୁ ଦୁର୍ବଳ କରିବା ସହ ଶୁଷ୍କ କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସୋରିଷ ତେଲ ବେଶ ଉପଯୋଗୀ ଅଟେ । ସୋରିଷ ତେଲରେ ଭିଟାମିନ୍ ‘ଏ’, ‘ଡି’, ‘ଇ’, ଓମେଗା-୩ ଫ୍ୟାଟି ଆସିଡ୍, ସେଲେନିୟମ, କେରାଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ ଭଳି ଗୁଣ ରହିଥାଏ । ଯାହା କେଶକୁ ଭିତରୁ ମଜବୁତ ଏବଂ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ସୋରିଷ ତେଲରେ ଥିବା ମାଇକ୍ରୋନୁ୍ୟଟ୍ରିଏଣ୍ଟ୍ସ କେଶର ଫଲିକାଲ୍ସକୁ ବିକଶିତ କରିବାରେ ସହାୟକ ହୋଇଥାଏ ।
୧. ସୋରିଷ ତେଲକୁ ହାଲୁକା ଉଷୁମ କରି କେଶ ମୂଳରେ ଲଗାନ୍ତୁ । ହାଲୁକା ହାତରେ କିଛି ସମୟ ମସାଜ୍ କରନ୍ତୁ ।
୨. ସୋରିଷ ତେଲରେ କିଛି ପରିମାଣରେ ଦହି ମିଶାଇ କେଶ ମୂଳରେ ଲଗାଇ ପାରିବେ । ଗୋଟିଏ ଘଣ୍ଟା ପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ ।
୩. ଏକ ପାତ୍ରରେ ଦୁଇ ବଡ଼ ଚାମଚ ମେଥି ପାଉଡର ଏବଂ ସୋରିଷ ତେଲ ମିଶାଇ ଏକ ପେଷ୍ଟ ପସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୩୦ ମିନିଟ ପର୍ଯ୍ୟନ୍ତ କେଶ ମୂଳରେ ଲଗାଇ ରଖନ୍ତୁ ।
ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ଭିତରେ କେଶ ଝଡ଼ିବ । ଏହା ସହ କେଶ ଘନ ଏବଂ ସୁସ୍ଥ ନଜର ଆସିବ ।