ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ବର୍ଷାଦିନେ ଉପଯୁକ୍ତ ପୋଷାକ ନ ପିନ୍ଧିଲେ ତାହା ଓଦା ହେବା ଦ୍ୱାରା ଅନେକ ଥର କୁଣ୍ଡିଆର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣମାନେ ଏହି ଛୋଟ ଜିନିଷର ଯତ୍ନ ନିଅନ୍ତି ବା ଧ୍ୟାନ ଦିଅନ୍ତି ତେବେ ସେମାନେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଚାହାଁଛୁ ବର୍ଷାଋତୁରେ କୁଣ୍ଡେଇ ହେବାର କାରଣ କ’ଣ ଏବଂ ଏହାକୁ କିପରି ସମାଧାନ କରିପାରିବେ ।ବର୍ଷା ଋତୁରେ ଫଙ୍ଗଲ ସଂକ୍ରମଣରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିଥାଏ। ଏହି ଋତୁରେ ପରିବେଶରେ ଆର୍ଦ୍ରତା ବହୁତ ଅଧିକ ହୋଇଯାଏ । ଯାହା ଫଙ୍ଗଲ୍ ସଂକ୍ରମଣର ସବୁଠାରୁ ବଡ କାରଣ ପାଲଟିଥାଏ । ଏହି ବର୍ଷାୠତୁରେ ଲୋକମାନଙ୍କ ଶରୀରରେ ଅତ୍ୟଧିକ ଝାଳ ବାହାରୁଥିବାରୁ ଶରୀର ଦୀର୍ଘ ସମୟ ପର୍ୟ୍ୟନ୍ତ ଦେହ ଓଦା ରହିଥାଏ । କେବଳ ଏତିକି ନୁହେଁ, ଗାଧୋଇବା ପରେ ଲୋକଙ୍କ ଚର୍ମ ଏବଂ କେଶ ମଧ୍ୟ ଅନେକ ଘଣ୍ଟା ପର୍ୟ୍ୟନ୍ତ ଓଦା ରହିଥାଏ । ଯାହା ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣର କାରଣ ହୋଇଥାଏ । ଏହି ସଂକ୍ରମଣ ହେତୁ ଲୋକମାନଙ୍କର ଦେହ କ କୁଣ୍ଡେଇ ହୋଇଥାଏ ।ଚର୍ମ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ଷାରେ ଓଦା ହେବା ଏବଂ ଓଦା ପୋଷାକ ପିନ୍ଧିବା ଦ୍ୱାରା ଫଙ୍ଗଲ୍ ସଂକ୍ରମଣର ସମସ୍ୟା ସୃଷ୍ଟି କରିଥାଏ। ମୁଣ୍ଡରେ ରୁପି ମଧ୍ୟ ଏକ ପ୍ରକାର ଫଙ୍ଗଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇଥାଏ । ଏଥିସହ ପିଠି, ମୁହଁ ଏବଂ ଛାତିରେ ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣ ହୋଇପାରେ । ସାଧାରଣତଃ ଏହି ସଂକ୍ରମଣ ଗ୍ରୀଷ୍ମଋତୁରୁ ଆରମ୍ଭ ହୋଇ ବର୍ଷା ଋତୁରେ ଅଧିକ ବ୍ୟାପିବା ଆରମ୍ଭ କରିଥାଏ । ଚର୍ମ ବ୍ୟତୀତ ଏହା ଶରୀରର ଅନେକ ସ୍ଥାନରେ ମଧ୍ୟ ହୋଇଥାଏ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post