ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ…
ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍ ଭାବେ ନ ରହୁ ଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରେ ନାହିଁ। କେବେ କେବେ ଏଥିପାଇଁ ମସଲ କ୍ରାମ୍ପ୍ ହୋଇ ଖୁବ୍ ଯନ୍ତ୍ରଣା ହୋଇଥାଏ । ତା’ ଛଡ଼ା ହୃତ୍ପିଣ୍ଡରୁ ମସ୍ତିଷ୍କକୁ ଭଲ ଭାବେ ରକ୍ତ ସଞ୍ଚାଳନ ହେବାରେ ବାଧା ଉପୁଜିଥାଏ। ଫଳରେ ମୁଣ୍ଡବିନ୍ଧା ହୋଇଥାଏ।ପେଟ ଚାପିହୋଇ ରହୁଥିବାରୁ ଖାଦ୍ୟ ଭଲ ଭାବେ ହଜମ ହେବାରେ କଷ୍ଟ ହୋଇଥାଏ। ବାରମ୍ବାର ଏପରି ହେଲେ ଧୀରେ ଧୀରେ ଗ୍ୟାସ୍, ବଦହଜମି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।ଏହାଦ୍ୱାରା ମେରୁଦଣ୍ଡରେ ଚାପ ପଡ଼ିଥାଏ। ଫଳରେ କିଛିଦିନ ପରେ ଧୀରେ ଧୀରେ ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହୋଇଥାଏ। ତୁରନ୍ତ ଏପରି ଶୋଇବା ନ ବଦଳାଇଲେ ବେକରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ଜଟିଳ ହେବା ଆଶଙ୍କା ବୃଦ୍ଧି ପାଇଥାଏ।
ଏହାଦ୍ୱାରା ମୁହଁ ଚାପିହୋଇ ରହୁଥିବାରୁ ମୁହଁକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଫଳସ୍ବରୂପ ବ୍ରଣ, ଦାଗ ଭଳି ସମସ୍ୟା ସହ ଅଳ୍ପ ବୟସରୁ ଏଜ୍ଲାଇନ୍ ଏବଂ ରିଙ୍କିଲ୍ ମାର୍କ ଦେଖାଦେଇଥାଏ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post