ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।
ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର ପରିମାଣ ବୃଦ୍ଧି କରନ୍ତୁ। ଏପରି କରିବା ଦ୍ୱାରା ପେଟ ଅଧିକ ସମୟ ଭର୍ତ୍ତି ରହିବା ସହ ଭୋକ କମ୍ ଲାଗିବ। ଯଦ୍ଦ୍ବାରା ଆପଣ ଅଧିକ ଖାଇବାଠାରୁ ଦୂରେଇ ରହିପାରିବେ ଏବଂ ପେଟ ମଧ୍ୟ କମିବାରେ ସାହାଯ୍ୟ କରିବ। ତେଣୁ ଫଳ, ପନିପରିବା, ଓଟ୍ସ ଆଦି ଫାଇବର୍ଯୁକ୍ତ ଖାଦ୍ୟ ଖାଆନ୍ତୁ।
ପ୍ରୋସେସ୍ଡ ଫୁଡ୍, ପ୍ୟାକେଜ୍ଡ ଫୁଡ୍ ଏବଂ ଫାଷ୍ଟଫୁଡ୍ ଆଦୌ ଖାଇବା ଠିକ୍ ନୁହେଁ। କାରଣ ଏଥିରେ ଅଧିକ ମାତ୍ରାରେ ତେଲ, ଘିଅ, ସୋଡିୟମ୍, ସୁଗାର ଭରି ରହିଥିବାରୁ ପେଟରେ ଚର୍ବି ବଢ଼ିଥାଏ ଏବଂ ମେଦବହୁଳତାର କାରଣ ସାଜିଥାଏ।
ସାଙ୍ଗସାଥୀଙ୍କ ସହ ମିଶି ଅନେକ ଯୁବପିଢ଼ି ବର୍ତ୍ତମାନ ଆଲ୍କହଲ୍ ପିଉଥିବା ଦେଖିବାକୁ ମିଳୁଛି। ହେଲେ ଏହି ବଦଭ୍ୟାସ ମଧ୍ୟ କେତେକଙ୍କଠାରେ ପେଟ ବଢ଼ିବା ଏବଂ ଅଣ୍ଟା ଚାରିପଟେ ମେଦବହୁଳ ହେବା ପାଇଁ ଦାୟୀ। କେବଳ ଏତିକି ନୁହେଁ, ଏହା ଅନ୍ୟାନ୍ୟ ଜଟିଳ ଶାରୀରିକ ସମସ୍ୟାର ମଧ୍ୟ କାରଣ ସାଜିଥାଏ।
ଖାଦ୍ୟ ତାଲିକାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କଲେ ମଧ୍ୟ ଫ୍ୟାଟ୍ ଲସ୍ ହୋଇ ଶରୀର ଫିଟ୍ ରହିବ ଏବଂ ପେଟ ବି ସ୍ଲିମ୍ ହୋଇପାରିବ।
ଚିନି, ବିଭିନ୍ନ ପ୍ରକାରର ମିଠା, ଆଇସ୍କ୍ରିମ୍, କେକ୍ ଆଦି କାବ୍ରୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଇଥାଏ। ବିଶେଷକରି ଅଧିକ ସମୟ ବସୁଥିବା ଯୁବପିଢ଼ିଙ୍କଠାରେ ଏଭଳି ଖାଦ୍ୟ ପେଟ ବଢ଼ାଇବାର ଏକ ବଡ଼ କାରଣ। ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟ କମ୍ ଖାଆନ୍ତୁ।
ଅଧିକ ସମୟ ଗୋଟିଏ ଜାଗାରେ ବସିବ ନାହିଁ କିମ୍ବା ମୋବାଇଲ୍, କମ୍ପ୍ୟୁଟର ଆଦି ଦୀର୍ଘ ସମୟ ବସି ବ୍ୟବହାର କରନ୍ତୁ ନାହିଁ। ମଝିରେ ମଝିରେ ଉଠି ଚାଲନ୍ତୁ। ପ୍ରତିଦିନ ଯୋଗ, ବ୍ୟାୟାମ ଆଦି ନିଶ୍ଚୟ କରନ୍ତୁ। ଦେଖିବେ, ପେଟ ବଢ଼ୁଥିଲେ ଶୀଘ୍ର କମିଯିବ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post