ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ ରୋଷେଇ କଲା ବେଳେ ସାଧାରଣତଃ ଆମେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାନ୍ତି। ଆମ ଭାରତୀୟ ମାନେ ଆମର ସଂସ୍କୃତି ପରମ୍ପରା ସହିତ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି ଓ ସ୍ଵାଦିଷ୍ଟ ଭୋଜନ ମଧ୍ୟ ବେଶ୍ ପ୍ରଶଂସା ଲାଭ କରିଥାଏ। ଖାଦ୍ୟ ପ୍ରସ୍ତୁତିରେ ଆମକୁ ପିଆଜର ଆବଶ୍ୟକତା ରହିଥାଏ।ବିନା ପିଆଜରେ କୌଣସି ତରକାରୀ ରାନ୍ଧିଲେ ତାହା ଏତେଟା ସ୍ବାଦିଷ୍ଟ ଲାଗେ ନାହିଁ। ଭାରତୀୟ ମାନେ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରିଥାନ୍ତି। ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ପିଆଜର ଉପକାରିତା ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣନ୍ତି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଓ ହୃତପିଣ୍ଡକୁ ସତେଜ ରଖିବା ସହିତ ହଜମ ପ୍ରକ୍ରିୟାରେ ମଧ୍ୟ ଏହା ସାହାଯ୍ୟ କରେ।ଆମ ଶରୀରରେ ଥିବା କେତେକ ଏଲର୍ଜି ସମସ୍ୟା ଯଥା: ଆଖି କୁଣ୍ଡେଇ ହେବା, ଗଳା ଖରାପ, ସାଧାରଣ ଥଣ୍ଡା ଓ ଚର୍ମ ସମସ୍ୟା । ତେବେ ଆପଣ କ’ଣ ଜାଣନ୍ତି ଯେ କଳା ପିଆଜ ଖାଇଲେ ଆପଣଙ୍କୁ ଏଲର୍ଜି ହୋଇପାରେ । ଆଜ୍ଞା ହଁ, ବେଳେବେଳେ ଆପଣ କିଛି ପିଆଜ ଉପରେ କଳା ପରସ୍ତ ଥିବାର ନିଶ୍ଚୟ ଦେଖିଥିବେ। ଅନେକ ଲୋକ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମନରେ ଦ୍ବନ୍ଦ ରହିଥାଏ ଯେ ପିଆଜର ସେହି କଳା ପରସ୍ତ ଶରୀରକୁ କ୍ଷତି ପହଞ୍ଚାଇଥାଏ କି ନାହିଁ ।
Trending
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
Prev Post
Next Post