ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା ବ୍ୟତିତ ପାନପତ୍ରର ସଠିକ୍ ବ୍ୟବହାର ଦ୍ୱାରା ଓଜନ ହ୍ରାସ କରାଯାଇ ପାରିଥାଏ ।ଏବେ ସୋସିଆଲ ମିଡିଆରେ ଏ ସଂପର୍କୀତ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ଅନୁଯାୟୀ ପାନ ପତ୍ରରେ କିଛି ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ଦେଇ ଖାଇବା ଦ୍ୱାରା ଓଜନ ହ୍ରାସ ପାଇବାରେ ଲାଗିବ ।ଏହି ପୋଷ୍ଟ ଅନୁସାରେ ପ୍ରତିଦିନ ଲଞ୍ଚ ପରେ ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ବାଲା ସ୍ପେସାଲ ପାନ ନିଶ୍ଚୟ ଖାଇବା ଉଚିତ । ପାନ ପତ୍ର ଏହାର ଔଷଧୀୟ ଗୁଣ ଲାଗି ପରିଚିତ । ଏହା ଆପଣଙ୍କ ମେଟାବଲିଜିମ୍କୁ ବୁଷ୍ଟ କରିଥାଏ । ଏହା ବ୍ୟତିତ ପାନ ମଧୁରୀ ଓ ଗୋଲମରିଚ ବି ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାବ୍ୟତିତ କିସମିସ୍ରେ ଫାଇବର ଭରି ରହିଥିବାରୁ ଏହା ଆପଣଙ୍କୁ ପେଟ ଭରି ରହିବା ପରି ଅନୁଭବ ଦେଇଥାଏ ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post