ଆଖିକୁ ଆକର୍ଷଣୀୟ ଓ ବଡ଼ ଦିଶୁଥିବା ବମ୍ବେ ମିଠେଇ ପ୍ରତି ବିଶେଷ କରି ପିଲାମାନଙ୍କର ଆଗ୍ରହ କହିଲେ ନସରେ। ତେବେ ଚିନିରୁ ପ୍ରସ୍ତୁତ ହେଉଥିବା ଏହି ମିଠା ସାମଗ୍ରୀକୁ ପୁଡୁଚେରି ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ହାଲୁକା ମିଷ୍ଟାନ୍ନକୁ ପ୍ରସ୍ତୁତ କରିବାରେ ଏକ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପୁଡୁଚେରି ଉପରାଜ୍ୟପାଳ ତାମିଲସାହି ସୌନ୍ଦରାରାଜନ୍ ଗତ ଗୁରୁବାର ନିଜେ ଏହି ମର୍ମରେ ଏକ ଭିଡିଓ ବାର୍ତ୍ତା ତାଙ୍କ ସରକାରୀ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ସହରର ଗଳିକନ୍ଦିରେ ବୁଲାବିକାଳି ବିକୁଥିବା ଏହି ଲୋଭନୀୟ ବମ୍ବେ ମିଠେଇକୁ କିଣିବାରୁ ଲୋକେ ନିବୃତ୍ତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଏହି ମିଠା ପ୍ରସ୍ତୁତିରେ ‘ରୋଡାମାଇନ୍-ବି’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ମିଶୁଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜାଣିପାରିଛନ୍ତି।ଆର୍ଏଚ୍ବି’ ନାମରେ ପରିଚିତ ଏହି ରାସାୟନିକ ସାଧାରଣତଃ ରଙ୍ଗ ଭାବରେ ବ୍ୟବହୃତ ହୋଇଥାଏ। ତେବେ ବମ୍ବେ ମିଠେଇ ସହ ମିଶି ଏହା ଆମ ଶରୀରକୁ ପ୍ରବେଶ କଲେ ତାହା ବିଭିନ୍ନ କୋଷ ଓ ତନ୍ତୁଠାରେ ଜାରକ କ୍ରିୟାରେ ବାଧା ଉପୁଜାଇଥାଏ। ଏପରିକି ଶରୀରରେ ଏହାର ଦୀର୍ଘକାଳୀନ ଅବସ୍ଥାନ ଯକୃତକୁ ଅକାମୀ କରିଦେବା ସହ କର୍କଟ ପରି ରୋଗକୁ ଆମନ୍ତ୍ରଣ କରିବାର ଆଶଙ୍କା ରହିଛି ବୋଲି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ (ଏନ୍ଆଇଏଚ୍) ସୂତ୍ରରୁ ଜଣାଯାଇଛି। ସେହିପରି ଖୁବ୍ କମ୍ ଅବଧି ଭିତରେ ଶରୀର ଭିତରକୁ ଅଧିକ ପରିମାଣର ‘ଆର୍ଏଚ୍ବି’ ପ୍ରବେଶ କଲେ ତାହା ସମଗ୍ର ଶରୀରକୁ ମଧ୍ୟ ଭୀଷଣ ଭାବରେ ବିଷାକ୍ତ କରିଦେଇପାରେ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post