ଘରର ସବୁ ଖର୍ଚ୍ଚ ନିୟନ୍ତ୍ରଣକରି ଆର୍ଥିକ ବୋଝ କମ୍ କରିବା ପାଇଁ ଚେଷ୍ଟା କରିଥାନ୍ତି ଗୃହିଣୀ। ଏମିତିକି ଖର୍ଚ୍ଚକାଟ କରି କିଛି ଅର୍ଥ ସଞ୍ଚୟ କରିବା ମଧ୍ୟ ଜଣେ ସୁଗୃହିଣୀଙ୍କର ଲକ୍ଷଣ ବୋଲି କୁହାଯାଏ। ଏସବୁ ଭିତରେ ଅନେକ ସମୟରେ ସ୍ବାମୀଙ୍କର ଅନାବଶ୍ୟକ ଶପିଂ, ଅଯଥା ଖର୍ଚ୍ଚ କରିବା ସ୍ବଭାବ ଚିନ୍ତାରେ ପକାଇଥାଏ। ଖର୍ଚ୍ଚକୁ ନିୟନ୍ତ୍ରଣ ନ କଲେ ପୂରା ପରିବାର ସମସ୍ୟା ଘେରକୁ ଆସିଯିବ। ତେଣୁ ଠିକ୍ ସମୟରେ ସବୁକିଛି ସଜାଡ଼ି ନେବାକୁ ସଚେତନ ରହିଥାନ୍ତି ଗୃହିଣୀ। ଏହି ଦୃଷ୍ଟିରୁ ସ୍ବାମୀଙ୍କର ଖର୍ଚ୍ଚ ଉପରେ ବି ଅଙ୍କୁଶ ଲଗାଇବାକୁ ଭୁଲନ୍ତି ନାହିଁ। ହେଲେ ଏସବୁ ଶାନ୍ତ ମନରେ ଭାବିଚିନ୍ତି କରିବାକୁ ପଡ଼ିବ। ନଚେତ୍ ଘରର ବଜେଟ ଓଲଟପାଲଟ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେଣୁ ଏଭଳି ପରିସ୍ଥିତିରେ କ’ଣ ସବୁ କରିବେ ଜାଣିରଖନ୍ତୁ।
ସବୁବେଳେ
କୁହନ୍ତୁ ନାହିଁ: ସୁଯୋଗ ଦେଖି ସ୍ବାମୀଙ୍କୁ ଖର୍ଚ୍ଚ କମ୍ କରିବା ପାଇଁ ପରାମର୍ଶ ଦିଅନ୍ତୁ। କିନ୍ତୁ ବାରମ୍ବାର ତାଙ୍କୁ ଏପରି କଥା କୁହନ୍ତୁ ନାହିଁ। ଏପରି କରିବା ଫଳରେ ତାଙ୍କୁ ହୁଏତ ଭଲ ଲାଗି ନ ପାରେ। ଫଳରେ ସମ୍ପର୍କରେ ହୁଏତ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏସବୁ ବିଷୟରେ କହିବା ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ଯେତେବେଳେ ତାଙ୍କ ମନ ଭଲ ଥିବ ଏବଂ ଅନ୍ୟ କେହି ଉପସ୍ଥିତ ନ ଥିବେ ସେସମୟରେ ତାଙ୍କୁ ଘରର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ନେଇ ପରାମର୍ଶ ଦେଇପାରିବେ।
ବେଳେବେଳେ
ସମର୍ଥନ: ଖର୍ଚ୍ଚ ବିଷୟରେ କିଛି କଥାବାର୍ତ୍ତା କରିବା ପୂର୍ବରୁ ପ୍ରଥମେ ଘରର ଆର୍ଥିକ ଅବସ୍ଥା ନେଇ ବିଚାରବିମର୍ଶ କରନ୍ତୁ। ପରିବାରର କେଉଁ ସବୁ ଆବଶ୍ୟକତା ପାଇଁ ନିହାତି ଖର୍ଚ୍ଚ କରିବାକୁ ହେବ ସେନେଇ ଉଭୟେ ବିଚାର କରନ୍ତୁ। ଏ କ୍ଷେତ୍ରରେ ଉଭୟଙ୍କର ସହମତି ରହିବା ଦରକାର। ପ୍ରଥମେ ଘରର ଆବଶ୍ୟକତା ପୂରଣ ହେବା ପରେ ହିଁ ଅନ୍ୟ ଖର୍ଚ୍ଚ କରିବା ଦରକାର। ତେଣୁ ଏସବୁ ନେଇ ଭଲଭାବେ କଥାବାର୍ତ୍ତା ହେବା ପରେ ଆପଣ ସ୍ବାମୀଙ୍କୁ ତାଙ୍କର ଅନ୍ୟ ଖର୍ଚ୍ଚ ନେଇ କହିପାରିବେ। ତା’ ଛଡ଼ା ସବୁବେଳେ ଯେ ତାଙ୍କର ଖର୍ଚ୍ଚ ଅଯଥା ହୋଇପାରେ ତା’ ନୁହେଁ। ତେଣୁ ବେଳେବେଳେ ତାଙ୍କର ଚିନ୍ତାଧାରାକୁ ସମର୍ଥନ ବି କରିବାକୁ ହେବ।
ଖର୍ଚ୍ଚର କାରଣ
ଜାଣନ୍ତୁ: କେଉଁ କାରଣ ପାଇଁ ସ୍ବାମୀ ଅଧିକ ଖର୍ଚ୍ଚ କରୁଛନ୍ତି ସେକଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯଦି କୌଣସି ମହତ ଉଦ୍ଦେଶ୍ୟ ପାଇଁ ସେ କିଛିଟା ଅଧିକ ଖର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ସମର୍ଥନ କରନ୍ତୁ। ସେଭଳି ସ୍ଥିତିରେ ବରଂ ଘରର ଅନ୍ୟ ଖର୍ଚ୍ଚକୁ କମ୍ କରି ଦିଅନ୍ତୁ। ମାତ୍ର ସ୍ବାମୀଙ୍କୁ ଏ ପରିସ୍ଥିତିରେ ସମର୍ଥନ କରନ୍ତୁ। ଅଯଥାରେ କୌଣସି ଖର୍ଚ୍ଚ କରୁଥିଲେ ତାକୁ କମ୍ କରିବା ପାଇଁ ପରାମର୍ଶ ଦିଅନ୍ତୁ।
ଶପିଂ ବେଳେ
ବୁଝାନ୍ତୁ: ସ୍ବାମୀ ଯଦି କୌଣସି ଅନାବଶ୍ୟକ ଖର୍ଚ୍ଚ କରୁଥିବା ଅନୁଭବ କରୁଛନ୍ତି ତେବେ ସବୁଠୁ ଭଲ ହେବ କି ଶପିଂ କରିବା ସମୟରେ ତାଙ୍କୁ ଠିକ୍ ନିଷ୍ପତ୍ତି ନେବାପାଇଁ ପରାମର୍ଶ ଦେବା। କାରଣ ତରବରିଆଭାବେ ଶପିଂ କରିବା ସମୟରେ ଅଯଥାରେ ଅନେକ କିଛି କିଣା ହୋଇଯାଏ। ତେଣୁ ଘର ପାଇଁ କ’ଣ ସବୁ ଆବଶ୍ୟକ ଅଛି ତା’ର ଏକ ତାଲିକା ତିଆରିକରି ସ୍ବାମୀଙ୍କୁ ଦିଅନ୍ତୁ। ଏହା ସହ ସମୟ ଥିଲେ ନିଜେ ଶପିଂ ପାଇଁ ସାଙ୍ଗରେ ଯାଇ ସବୁ ଜିନିଷକୁ ଭଲଭାବେ ଦେଖି ବିଚାର କରି କିଣିବାରେ ସାହାଯ୍ୟ କରନ୍ତୁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post