କ୍ଷୀର :- କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ। ତେଣୁ କ୍ଷୀରକୁ ରାତିରେ ପିଇବା ଦ୍ବାରା ସଠିକ ଭାବେ ନିଦ ହୋଇଥାଏ। ଏହାସହ ହଜମ ମଧ୍ୟ ଠିକ ଭାବେ ହୋଇଥାଏ।
ଦହି :- ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।
ଗ୍ରୀନ ଟି :- ଗ୍ରୀନ ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ଉପକାରୀ ଅଟେ। କିନ୍ତୁ ଏହାକୁ ଠିକ ସମୟରେ ନ ପିଇବା ଦ୍ବାରା ଏସିଡିଟି ହୋଇଥାଏ। ତେଣୁ ସର୍ବଦା ସକାଳ ସମୟରେ ଗ୍ରୀନ ଟି ପିଇବା ଉଚିତ।
ସେଓ :- ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସେଓ ଖାଇ ଥାଆନ୍ତି। ଏହାକୁ ଠିକ ସମୟରେ ନ ଖାଇବା ଦ୍ବାରା ପାକସ୍ଥଳୀରେ ଏସିଡର ପରିମାଣ ବୃଦ୍ଧି ହୋଇଥାଏ। ବିଶେଷ କରି ସେଓକୁ ରାତିରେ ଖାଇବା ଉଚିତ ନୁହେଁ। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ବୃଦ୍ଧି ପାଇଥାଏ। ତେଣୁ ଦିନ ବେଳା ସେଓ ଖାଆନ୍ତୁ।
କଦଳୀ :- ସାଧାରଣତଃ ରାତିରେ କଦଳୀ ଖାଇବା ଦ୍ବାରା ଥଣ୍ଡା ଓ କଫ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ପାକସ୍ଥଳୀରେ ସମସ୍ୟା ଦେଖା ଦେଇଥାଏ। ଦିନ ବେଳେ କଦଳୀ ଖାଇବା ଉଚିତ। କାରଣ ଏହା ଦିନରେ ସଠିକ ଭାବେ ହଜମ ହୋଇପାରେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post