ସବୁ ଲୋକଙ୍କୁ ଜାଣିବା ଦରକାର ଯେ ହୃଦୟ ଜନିତ କୌଣସି ରୋଗ ପାଇଁ ବିଶେଷ ଭାବେ ଆପଣଙ୍କ ଖାଦ୍ୟା ପାନୀୟ ସହ ବଦଳୁଥିବା ଜୀବନଶୈଳୀ ମୁଖ୍ୟତ ଦାୟୀ । ଏଥିପାଇଁ ଡାକ୍ତରମାନେ ଆପଣଙ୍କୁ ବାରମ୍ବାର ଶୁଦ୍ଧ ଖାଦ୍ୟ ଓ ବ୍ୟାୟମ ଉପରେ ଉପଦେଶ ଦେଇଥାନ୍ତି । ହେଲେ ବ୍ୟସ୍ଥ ବହୁଳ ଜୀବନ ଭିତରେ ଆମେ ଏସବୁ ପାଳନ କରିବାରେ ଅବହେଳା କରିଥାଉ ଓ ପରେ ହୃଦରୋଗରେ ଶିକାର ହୋଇଥାଉ । ଡାକ୍ତରମାନଙ୍କ ମତରେ ଖାଦ୍ୟର ଅନିୟମିତତା ଓ ବ୍ୟାୟାମର ଅଭାବରୁ ଲୋକମାନେ କୌଣସି ବି ବୟସରେ ହୃଦରୋଗରେ ଶିକାର ହୋଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ଘରେ ରହି ବି କିଭଳି ଆପଣ ଆପଣଙ୍କ ହୃଦୟକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବେ ।ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଅର୍ଥାତ ପ୍ରତିଦିନ ଆପଣ ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟାତ୍ୟାଗ କରନ୍ତୁ । ଖାଦ୍ୟ ଖାଇବାର ନିର୍ଘଣ୍ଟ ସ୍ଥିର କରନ୍ତୁ ଓ ଏହାକୁ ନିୟମିତ ପାଳନ କରନ୍ତୁ । ବାରମ୍ବାର ଜୀବନଶୈଳୀର ପରିବର୍ତ୍ତନ କରନ୍ତୁ ନାହିଁ ।ଏହା ବ୍ୟତୀତ ହୃଦରୋଗର ଏକ ପ୍ରମୁଖ କାରଣ ହେଉଛି ନିଶାଦ୍ରବ୍ୟ ସେବନ । ଆପଣ ଯଥା ସମ୍ଭବ ତମାଖୁ, ଧୁଆଁ ଓ ଆଲକହଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କାରଣ ନିଶାଦ୍ରବ୍ୟ ହିଁ ହୃଦଘାତର ମୁଖ୍ୟକାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାୟାମ । ଆପଣ ଦୈନିକ ସକାଳ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post