କାହିଁକି ପାଳନ କରାଯାଏ ଏପ୍ରିଲ ଫୁଲ ଡେ?ଜାଣନ୍ତୁ ଏହା ପଛର କାହାଣୀ

କାହିଁକି ପାଳନ କରାଯାଏ ଏପ୍ରିଲ ଫୁଲ ଡେ?ଜାଣନ୍ତୁ ଏହା ପଛର କାହାଣୀ

ମେଟ୍ରୋ ଓଡିଶା (୧ .୪.୨୦୨୨) :

ଏପ୍ରିଲ ଫୁଲ ଡେ ବିଷୟରେ ଆପଣମାନେ ଅନେକ କାହାଣୀ ଶୁଣିଥିବେ । ମାତ୍ର ଏହାକୁ ପାଳନ କରିବା ପଛର ସତ୍ୟତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । କୁହାଯାଏ, ୧୩୮୧ ମସିହା ଠାରୁ ଏହି ଦିବସକୁ ପାଳନ କରାଯାଇ ଆସୁଛି । ଇଂଲଣ୍ଡର ରାଜା ରିଚାର୍ଡ ଦ୍ୱିତୀୟ ଓ ବୋହେମିଆର ରାଣୀ ଆନ୍ନିଙ୍କର ନିର୍ବନ୍ଧ ତାରିଖ ୩୨ ମାର୍ଚ୍ଚକୁ ରଖାଯାଇଥିଲା । ଏହାପରେ ଜନସାଧାରଣ ଉତ୍ସବ ମନାଇବାରେ ଲାଗିପଡ଼ିଥିଲେ । ତେବେ ପରବର୍ତ୍ତୀ ସମୟରେ ସମସ୍ତଙ୍କର ହୃଦବୋଧ ହୋଇଥିଲା ଯେ ମାର୍ଚ୍ଚ ୩୨ ପରି କିଛି ତାରିଖ ନାହିଁ ।

ସେହିଦିନଠାରୁ ସେମାନେ ସମସ୍ତେ ବୋକା ସାବ୍ୟସ୍ତ ହୋଇଥିଲେ ଓ ଏହାପରେ ଏପ୍ରିଲ ଫୁଲ ଡେ ପାଳନର ଶୁଭାରମ୍ଭ ହୋଇଥିଲା । ସେହିପରି ବର୍ଷ ୧୫୮୨ ମସିହାରେ ଚାର୍ଲ୍ଡ ପୋପ୍ ଫ୍ରାନ୍ସର ପୁରୁଣା କ୍ୟାଲେଣ୍ଡରକୁ ବଦଳାଇ ଦେଇଥିଲେ । ତା’ ସ୍ଥାନରେ ଏକ ନୂଆ ରୋମନ କ୍ୟାଲେଣ୍ଡର ଲଞ୍ଚ କରିଥିଲେ । ତା’ପରେ ମଧ୍ୟ ଅନେକ ଲୋକ ପୁରୁଣା କ୍ୟାଲେଣ୍ଡର ହିସାବରେ ଚାଲିଥିଲେ । ସେହିଦିନ ଠାରୁ ଉକ୍ତ ଦିବସକୁ ଏପ୍ରିଲ ଫୁଲ ଡେ ଭାବେ ମଧ୍ୟ ପାଳନ କରାଯାଇ ଆସୁଛି ।