ଆଜିକାଲି ମହିଳାମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣିତ କରିସାରିଲେଣି। ତେବେ ଜଣେ କର୍ମଜୀବୀକୁ କେବଳ ଚାକିରି ନୁହେଁ, ଅନ୍ୟପକ୍ଷରେ ପରିବାର ଏବଂ ନିଜ ସନ୍ତାନଙ୍କ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ତେଣୁ ତାକୁ ଏକ ରୁଟିନ୍ ଜୀବନଯାପନ କରିବାକୁ ପଡ଼େ। ସକାଳୁ ଘର କାମ କରିବା, ପିଲାଙ୍କୁ ସ୍କୁଲକୁ ଯିବାକୁ ପ୍ରସ୍ତୁତ କରିବା ଆଦି କାମରେ ସେମାନେ ବ୍ୟସ୍ତ ରୁହନ୍ତି। ହେଲେ କର୍ମଜୀବୀଙ୍କଠାରେ ଏଭଳି କିଛି ମହତ୍ତ୍ୱ ରହିଛି, ଯାହାକୁ ତାଙ୍କର ପିଲାମାନେ ଆପଣେଇପାରନ୍ତି। ଜଣେ ମହିଳା ଚାକିରି କରିବା ପରେ ନିଜ ପିଲାଟି କିପରି ପାଠ ପଢ଼ି ମଣିଷ ହେବ ସେ ନେଇ ବେଶ୍ ଯତ୍ନବାନ୍ ହୋଇଥାନ୍ତି। ତେବେ ଜଣେ କର୍ମଜୀବୀ ସନ୍ତାନର ଯତ୍ନ କିପରି ନେଇପାରିଲେ ତାହା ତାଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ, ସେ ନେଇ କେତୋଟି ଟିପ୍ସ।
ମା’ ହୋଇଥାନ୍ତି ରୋଲ୍ ମଡେଲ : ବେଳେବେଳେ ମା’ମାନଙ୍କଠାରେ ଲୁଚି ରହିଥିବା ପ୍ରତିଭା ପିଲାମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଥାଏ। ତେବେ ଏ ବିଷୟରେ ପିଲାମାନେ ଭଲ ଭାବରେ ଅବଗତ ହେବା ନିହାତି ଦରକାର। ସବୁବେଳେ ସେମାନେ ନିଜ ମା’ର ଭଲ ଗୁଣଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ। କାରଣ ଗୁରୁଜନଙ୍କଠାରୁ ଅନେକ କିଛି ଶିଖିବାର ଅଛି। ତେବେ ଏ ନେଇ ନିଜ ମନରେ ଉତ୍ସୁକତା ରହିଲେ ତାହା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଯଦି ମା’ ଏକ ଭଲ ଚାକିରି କରିଛନ୍ତି ତେବେ ପିଲା ତାଙ୍କୁ ଲକ୍ଷ୍ୟ ରଖିବା ଉଚିତ। ଏହାଦ୍ୱାରା ସେମାନେ ନିଜ ଲକ୍ଷ୍ୟ ହାସଲ କରିପାରିବେ। ତେଣୁ ନିଜ ଭବିଷ୍ୟତ ପାଇଁ ମା’କୁ ରୋଲ୍ ମଡେଲ ଭାବରେ ଗ୍ରହଣ କରିପାରନ୍ତି।
ଲାଇଫ୍ ମ୍ୟାନେଜମେଣ୍ଟ : ଜୀବନର ରାସ୍ତାରେ ଚାଲିବା ସହଜ ନୁହେଁ। ବେଳେବେଳେ ଏହା ବେଶ୍ କଣ୍ଟକିତ ହୋଇଥାଏ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ସମାଧାନ କରିବାକୁ ପିଲାମାନେ ବାଟ ଖୋଜି ପାଇ ନ ଥାନ୍ତି। ତେଣୁ ଲାଇଫ୍ ମ୍ୟାନେଜମେଣ୍ଟ ବିଷୟରେ ମା’ଙ୍କ ନିକଟରୁ ଶିଖନ୍ତୁ। କେଉଁ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ପଡ଼ିବ ହୁଏତ ତାଙ୍କର ଟିପ୍ସ ତୁମମାନଙ୍କ ପାଇଁ ବେଶ୍ କାମରେ ଆସିପାରେ। ସାଧାରଣତଃ ଜଣେ କର୍ମଜୀବୀକୁ ଦୁଇଟି ସମାନ୍ତରାଳ ରାସ୍ତାରେ ଯାତ୍ରା କରିବାକୁ ପଡ଼ିଥାଏ। ଗୋଟିଏ ହେଲା ପରିବାର ଏବଂ ଅନ୍ୟଟି ନିଜର କର୍ମସଂସ୍ଥାନ। ତେଣୁ ଏହି ଦୁଇଟିକୁ ସୁରୁଖୁରୁରେ ଚଳାଇବାକୁ ବୁଦ୍ଧିର ଆବଶ୍ୟକତା ରହିଛି। କୌଣସି ଗୋଟିକୁ ଯଦି ଅବହେଳା କରନ୍ତି, ତେବେ ସବୁକିଛି ଅଡୁଆ ହୋଇଯିବ। ତେଣୁ ସବୁବେଳେ ଏକ ରୁଟିନ୍ ଲାଇଫ୍ ଅନୁସରଣ କରନ୍ତୁ। ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କ ନିକଟରୁ ତାଙ୍କର ପିଲା ଯେଉଁ ପ୍ରଥମ କଥା ଶିଖିବା ଦରକାର ତାହା ହେଲା, ସମୟାନୁବର୍ତ୍ତିତା। କାରଣ ନିଜ ଜୀବନକୁ ଆଗେଇନେବାରେ, ଶିକ୍ଷା କ୍ଷେତ୍ର ଅବା ଚାକିରିରେ ଏହାର ବେଶ୍ ଗୁରୁତ୍ୱ ରହିଛି। ତେଣୁ ର୍କମଜୀବୀ ମା’ଙ୍କ ନିକଟରୁ ପିଲାମାନେ ଏହା ଶିଖିବା ଦରକାର।
କାମର ମହତ୍ତ୍ୱ : ନିଜେ କରୁଥିବା କାମକୁ ତୁଲାଇବି ବୋଲି କହିଦେଲେ ହେବ ନାହିଁ। ଏହାକୁ ଶେଷ କରିବା ଲାଗି ନିଜର ସାମର୍ଥ୍ୟ ଥିବା ଦରକାର। ତା’ସହ କାମଟିକୁ କିପରି ସମ୍ପାଦନ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରନ୍ତୁ। ବିଶେଷଭାବରେ କର୍ମଜୀବୀ ନିଜ ଅଫିସ୍ କାମ ଏବଂ ଘର କାମକୁ ତୁଲାଇଥାଆନ୍ତି। ତେଣୁ ସେମାନଙ୍କୁ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ। ଏ ବିଷୟରେ ସେମାନଙ୍କର ପିଲାମାନେ ଶିଖିବା ଦରକାର। କାରଣ ଏବେ ସେମାନେ ହୁଏତ ପାଠ ପଢ଼ୁଛନ୍ତି, ଭବିଷ୍ୟତରେ ଚାକିରି କରିବେ। ସେ ସମୟରେ କିପରି ନିଜ କାମକୁ ତୁଲାଇବେ ସେ ବିଷୟରେ ନିଜ କର୍ମଜୀବୀ ମା’ଙ୍କ ନିକଟରୁ କିଛି ଶିଖି ନିଅନ୍ତୁ।
କାର୍ଯ୍ୟ ସମ୍ପାଦନ କରିବା ପ୍ରଣାଳୀ : ବେଳେବେଳେ ଜଣଙ୍କୁ ଏକାଧିକ କାମ ତୁଲାଇବାକୁ ପଡ଼ିଥାଏ। ଏହି ସମୟରେ ସଂଯମର ଆବଶ୍ୟକତା ରହିଛି। କାର୍ଯ୍ୟ ଭାରରେ କଦାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କାମଗୁଡ଼ିକୁ ଗୋଟିଏ ପରେ ଗୋଟିଏ ତୁଲାନ୍ତୁ। ଏକାଥରେ ଗୁଡ଼ାଏ କାମ ତୁଲାଇବା ସହଜ କଥା ନୁହେଁ। ତେଣୁ କାମ ଧରିବା ସମୟରେ ନିଜର ସାମର୍ଥ୍ୟ ବିଷୟରେ ଅବଗତ ହୁଅନ୍ତୁ। କାରଣ ଜଣେ କର୍ମଜୀବୀ ଅଫିସରେ ନିଜ କାମ ସହ ବେଳେବେଳେ ଅନ୍ୟ କିଛି କାମ ତୁଲାଇବାକୁ ପଡ଼ିଥାଏ। ଏଭଳି କାମକୁ ମା’ କିପରି ଶେଷ କରୁଛନ୍ତି ତାହାର କାଇଦା ପିଲାମାନେ ଶିଖିନେବା ଦରକାର। ଏହାଦ୍ୱାରା ଭବିଷ୍ୟତରେ ଯଦି ପିଲା ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ନ ହୋଇ କାମଗୁଡିକୁ ବେଶ୍ ସୁଚାରୁ ରୂପେ ସମ୍ପାଦନ କରିପାରିବେ।
ସ୍ବାବଲମ୍ବୀ ହେବାର କାଇଦା
ପାଠ ପଢ଼ିବା ପରେ ନିଜ ଗୋଡ଼ରେ ନିଜେ ଠିଆହେବାର ଅନେକ ଉଦାହରଣ ରହିଛି। ଏଥିପାଇଁ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି।
Trending
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
Prev Post