ଆପଣଙ୍କ ଆଖିରୁ ବାହାରୁଛି କି ପାଣି? ଜାଣନ୍ତୁ ଏହା ପଛର କାରଣ

ଆପଣଙ୍କ ଆଖିରୁ ବାହାରୁଛି କି ପାଣି? ଜାଣନ୍ତୁ ଏହା ପଛର କାରଣ

ମେଟ୍ରୋ ଓଡିଶା (୩୧.୩.୨୦୨୨) :

ଅଚାନକ ଆଖିରୁ ପାଣି ବାହାରିଲେ ଲୋକେ ଏହାକୁ ଲୋକେ ହାଲକା ଭାବେ ନେଇଥାନ୍ତି। କେବେ କେବେ ଆଖିରେ ଧୂଳି ପଶିଯାଇଥିଲେ ଆପେ ଆପେ ପାଣି ବାହାରି ଆସେ। ପିଆଜ କାଟିଲେ ବି ଆମ ଆଖିରେ ସ୍ୱାଭାବିକ ଭାବେ ପାଣି ପଳାଇଆସେ। କିନ୍ତୁ ବେଳେ ବେଳେ ଏହା ଅନ୍ୟ କିଛି ବେମାରର ଲକ୍ଷଣ ବି ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ। ଜାଣନ୍ତୁ, କ’ଣ ରହିଛି ଏହା ପଛର କାରଣ।

ଆଇ ଡ୍ରାଏ ହୋଇଯିବା
ଆଖି ଶୁଖିଯିବା ଦ୍ୱାରା ବି ସମସ୍ୟା ଦେଖାଦେଇଥାଏ। ଏପରି ହୋଇଥାଏ କାରଣ ଶରୀରରେ ପାଣି, ତେଲ ଓ ବଲଗମ୍‌ ନାମକ ପଦାର୍ଥର ଠିକ୍‌ ସନ୍ତୁଳନ ରହି ନ ଥାଏ। ଏଥିଯୋଗୁ ଆଖି ଶୁଖି ଯାଇଥାଏ ଓ ଆଖିରେ ପାଣି ଅଧିକ ଆସିଥାଏ।
ଲାଲ ଆଖି


ଇନଫେକ୍ସନ, ବ୍ୟାକେଟରିଆ କିମ୍ବା ଭାଇରସ ଯୋଗୁ ଆଖିରେ ସଂକ୍ରମଣ ହୋଇଥାଏ। ଛୋଟ ପିଲା ଓ ବଡ଼ ଲୋକଙ୍କ ଆଖିରେ ପାଣି ଆସିବାର ଏହା ଏକ କାରଣ ଅଟେ। ଏଥିରେ ଗୋଟିଏ କିମ୍ବା ଦୁଇଟି ଆଖି ଲାଲ ହୋଇଯାଇଥାଏ। ଆଖି ଲାଲ ପଡ଼ିବ ସହ କୁଣ୍ଡାଇ ହୋଇଥାଏ। ଏପରି ଭାଇରାଲ ଇନଫେକ୍ସନକୁ ଆଣ୍ଟିବାୟୋଟେକ ଆଇ ଡ୍ରପରେ ଠିକ୍‌ କରାଯାଇ ପାରିବ।


ଏଲର୍ଜି:
ନାକରୁ ପାଣି ବୋହିବ, କଫ ହେବା ଆଦି ସମସ୍ୟା ଦେଖାଦେଲେ ଆଖିରୁ ମଧ୍ୟ ପାଣି ବୋହିଥାଏ। ଏପରି ସ୍ଥିତିରେ ଏଲର୍ଜି ମେଡିସିନ ନେବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା ହେଲେ ମଧ୍ୟ ଆଖିରେ ପାଣି ଆସିଥାଏ। ହେଲେ ସବୁ ସ୍ଥିତିରେ ଆଖି କୁଣ୍ଡାଇ ହୋଇ ନ ଥାଏ।
କାର୍ନିଆ
ବେଳେବେଳେ ଆଖିରେ ଧୂଳି, ପୋକ ଆଦି ମାଡ଼ ହୋଇଯାଇଥାଏ। ଫଳରେ ଆଖିରେ ଚୋଟ ଲାଗିବା ସହ କଷ୍ଟ ହୋଇଥାଏ। ଆଖି ଲାଲ ହୋଇଯାଇଥାଏ ଓ ଆଲୋକରେ ଅନାଇଲେ ଆଖିରୁ ପାଣି ବୋହିଥାଏ। ଏହା ଦିନେ ୨ ଦିନ ମଧ୍ୟରେ ଠିକ୍‌ ହୋଇଯାଇଥାଏ। କିନ୍ତୁ ଯଦି ସ୍ଥିତି ଗମ୍ଭୀର ହୋଇଥାଏ ଡାକ୍ତରଙ୍କୁ ଦେଖାଇଦେବା ଉଚିତ।
ଆଖି ପତାରେ ସମସ୍ୟା ଦେଖାଦେବା:
ଆଖି ପତା କୁଣ୍ଡାଇ ହେବାକୁ (Blepharitis) କୁହାଯାଇଥାଏ। ଏପରି ସମସ୍ୟା ହେଲେ ଆଖିରେ ସବୁବେଳେ ପାଣି ରହିଥାଏ, କୁଣ୍ଡାଇ ହୋଇଥାଏ । ଏଥିସହ ଆଖି ଓଦା ରହୁଥିବାରୁ ଧୂଳି ମଧ୍ୟ ପଡ଼ିଥାଏ। ଏହା ମୁଖ୍ୟତ ଆଲର୍ଜି କିମ୍ବା ଇନଫେକ୍ସନ ଯୋଗୁ ହୋଇଥାଏ। ଚିକିତ୍ସା ଦ୍ୱାରା ଏହା ଭଲ ହୋଇଥାଏ।