ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍ମା ଏଭଳି ଏକ ରୋଗ ଯାହା ଗୁରୁତର ଆକାର ଧାରଣକଲେ ଜୀବନନାଶକ ସାଜିବା ଯଥେଷ୍ଟ ଆଶଙ୍କା ରହିଛି। ଆଜ୍ମା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ଲାଗି ପ୍ରତିବର୍ଷ ମେ’ ୭ ତାରିଖକୁ ‘ବିଶ୍ୱ ଆଜ୍ମା ଦିବସ’ ଭାବରେ ପାଳନ କରାଯାଇଥାଏ। ବିଶେଷଭାବରେ ଏହାର କାରଣ ଏବଂ ଠିକ୍ ସମୟରେ ଚିକିତ୍ସା ଉପରେ ଗୁରୁତ୍ୱ ଦେଲେ ଆକ୍ରାନ୍ତ ବ୍ୟକ୍ତି ଏଥିରୁ ଅନେକାଂଶରେ ଉପଶମ ଲାଭ କରିପାରିବ। ଏହି ଦିବସ ଅବସରରେ ପ୍ରତିବର୍ଷ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ) ତରଫକୁ ଏକ ପ୍ରସଙ୍ଗ ଘୋଷଣା କରାଯାଇଥାଏ। ଏ ନେଇ ଚଳିତ ବର୍ଷର ପ୍ରସଙ୍ଗ ରହିଛି-‘ସମସ୍ତେ ଆଜ୍ମା ପ୍ରତି ଯତ୍ନବାନ୍ ହେବା ଦରକାର’। ୧୯୯୮ରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଥମ ଥର ପାଇଁ ବିଶ୍ୱ ଆଜ୍ମା ଦିବସ ପାଳନ କରାଯାଇଥିଲା। ସେତେବେଳେ ଏହି ଦିବସ ମାତ୍ର ୩୫ ଦେଶରେ ପାଳିତ ହୋଇଥିଲା। କିନ୍ତୁ ଏବେ ପ୍ରାୟ ପ୍ରତ୍ୟେକ ଦେଶରେ ଉକ୍ତ ଦିବସ ପାଳନ ହେବା ସହ ଏ ନେଇ ଜନସଚେତନତା ସୃଷ୍ଟି କରାଯାଉଛି। ଜଣେ ବ୍ୟକ୍ତି ଆଜ୍ମା ସମସ୍ୟା ବିଷୟରେ ଅବଗତ ହେବା ନିହାତି ଦରକାର। ପିଲାଠାରୁ ବୟସ୍କ ବ୍ୟକ୍ତି-ଯେକେହି ବି ଏଥିରେ ଆକ୍ରାନ୍ତ ହୋଇପାରନ୍ତି। ଏହି ରୋଗରେ ଆକ୍ରାନ୍ତ ହେଲେ ଫୁସ୍ଫୁସ୍ (ଲଙ୍ଗ୍ସ୍)ର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ। ଫଳରେ ଆକ୍ରାନ୍ତ ବ୍ୟକ୍ତି ଠିକ୍ ଭାବରେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହୋଇଥାଏ। ତେଣୁ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଦରକାର। ଯଦି ଆପଣ ଆଜ୍ମା ଦ୍ୱାରା ଆକ୍ରାନ୍ତ ତେବେ ଠିକ୍ ସମୟରେ ଚିକିତ୍ସିତ ହେବା ସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ଭୁଲନ୍ତୁ ନାହିଁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post