ହାଇକୋର୍ଟ ତରଫରୁ ଆସିଛି ନିଯୁକ୍ତି ସୁଯୋଗ
ଓଡ଼ିଶା ହାଇକୋର୍ଟ ତରଫରୁ ନିଯୁକ୍ତି ସୁଯୋଗ । ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ଏହି ପଦରେ ଆବେଦନ କରିବାକୁ ହେଲେ ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୩୩ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବେ । ମୋଟ ୨୦ଟି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି ଓ ଚୁକ୍ତିଭିତ୍ତିକ ଭାବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ଚୟନ ପାଇଁ ଚୟନ କମିଟି ଦ୍ୱାରା ୧୦୦ ମାର୍କର ସାକ୍ଷାତକାର ନିଆଯିବ । ମେରିଟ ଲିଷ୍ଟରେ ରହିବା ପାଇଁ ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ହାସଲ କରିବାକୁ ପଡ଼ିବ । ପ୍ରାର୍ଥୀ ଏଲଏଲବି ଡିଗ୍ରୀ/ ଏଲଏଲଏମ ଡିଗ୍ରୀ , କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି / କଲେଜ / ସ୍କୁଲ, ଶିକ୍ଷାନୁଷ୍ଠାନରୁ ଆଇନରେ ଉଚ୍ଚତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଭଲ ଭାବେ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ଗୋଟିଏ କ୍ୟାଲେଣ୍ଡର ମାସରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ପ୍ରାର୍ଥୀ ଗୋଟିଏ କାଜୁଆଲ ଲିଭ୍ ନେଇ ପାରିବେ ।