ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୦ ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଆଇଟିଆଇ, ଡିପ୍ଲୋମା, ବି.ଟେକ ରହିଥିବା ଆବଶ୍ୟକ ।ଟ୍ରେଡ ଆପ୍ରେଣ୍ଟିସରେ ୨୧୩ଟି ପଦ, ଟେକ୍ନିସିଆନ ଆପ୍ରେଣ୍ଟିସରେ ୧୩୬ଟି ପଦ ଓ ଗ୍ରାଜୁଏଟ ଆପ୍ରେଣ୍ଟିସରେ ୫୧ଟି ପଦ ଖାଲି ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଆପ୍ରେଣ୍ଟିସ ଆକ୍ଟ, ୧୯୬୧, ଆପ୍ରେଣ୍ଟିଶିପ ରୁଲ୍ସ ୧୯୯୨ ଅନୁସାରେ ପ୍ରାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ପାଇବାକୁ ଯୋଗ୍ୟ ହେବେ ।
Trending
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
Prev Post
Next Post