ଇଣ୍ଡିଆ ପୋଷ୍ଟ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଜାରି କରିଛି । ଭାରତୀୟ ଡାକ ଖୁବ୍ ଶୀଘ୍ର ସ୍ପୋର୍ଟ କୋଟା ଅନ୍ତର୍ଗତ ପ୍ରାର୍ଥୀ ନିଯୁକ୍ତି କରିବାକୁ ଯାଉଛି । ଏହା ମାଧ୍ୟମରେ ଡାକ ସହାୟକ, ସର୍ଟିଂ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ୍, ମେଲ୍ ଗାର୍ଡ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମଟିଏସ) ପଦବୀରେ ନିଯୁକ୍ତି କରାଯିବ । ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯାଇ ଅନଲାଇନରେ ଆବେଦନ କରିପାରିବେ ।ଯଦି ଆପଣ ମଧ୍ୟ ଭାରତୀୟ ଡାକରେ ଏହି ପୋଷ୍ଟଗୁଡିକରେ ଚାକିରି ପାଇବାକୁ ଚାହାଁନ୍ତି, ତେବେ ନିମ୍ନରେ ଦିଆଯାଇଥିବା ଏହି ସମସ୍ତ ସୂଚନା ଭଲଭାବରେ ଜାଣନ୍ତୁ ।
ଫର୍ମ ପୂରଣ କରିବାର ଯୋଗ୍ୟତା :-
ଡାକ ସହାୟକ / ସର୍ଟିଂ ଆସିଷ୍ଟାଣ୍ଟ: ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ଏହା ସହ କମ୍ପ୍ୟୁଟରରେ କାମ କରିବାର ଜ୍ଞାନ ଥିବା ଉଚିତ୍ ।