ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ବାରମ୍ବାର ପରିଶ୍ରମ କରିବା ପରେ ବି ଏଥିରେ ଅସଫଳ ହୋଇଥାନ୍ତି । ତେବେ ଆପଣ ଯଦି ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖୁସି ଖବର । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରୁଥିବା ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି ।ସୂଚନା ମୁତାବକ, ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରିବା ପରେ ମୁଖ୍ୟ ପରୀକ୍ଷା ଓ ଇଣ୍ଟରଭ୍ୟୁର ପ୍ରସ୍ତୁତି ପାଇଁ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ରାଶି ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ଏସସି / ଏସଟି) ସିଭିଲ ସେବା ପ୍ରୋତ୍ସାହନ ଯୋଜନା’ ଜରିଆରେ ପ୍ରାର୍ଥୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।ଏହି ସୁବିଧା ପାଇବାକୁ ହେଲେ ଆବେଦନକାରୀଙ୍କୁ ଝାଡ଼ଖଣ୍ଡରୁ ଇଣ୍ଟରମିଡିଏଟ ଓ ଅଣ୍ଡରଗ୍ରାଜୁଏଟ୍ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ସେ ଏସସି / ଏସଟି କ୍ୟାଟେଗୋରୀରୁ ଆସୁଥିବେ । ପ୍ରାର୍ଥୀଙ୍କ ପୂରା ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ ଅଧିକ ହେଉ ନଥିବ । ଯଦି ଏହି ସବୁ ସର୍ତ୍ତ ପ୍ରାର୍ଥୀ ପୂରଣ କରୁଥିବେ ତେବେ ସେ ସରକାରଙ୍କର ଏହି ଯୋଜନାର ଫାଇଦା ଉଠାଇ ପାରିବେ । ପ୍ରତି ପ୍ରାର୍ଥୀ କେବଳ ଥରେ ମାତ୍ର ଏହି ବେନିଫିଟ୍ ପାଇ ପାରିବେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post