ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।କମ୍ପାନୀ ଦ୍ୱାରା ଦିଆଯାଇଥିବା ଲଗାତାର ଅଲ୍ଟିମେଟମ୍ ସତ୍ତ୍ୱେ ଅନେକ କର୍ମଚାରୀ ଅଫିସକୁ ଆସି କାମ କରୁନାହାଁନ୍ତି । ଯେଉଁଥିପାଇଁ ବର୍ତ୍ତମାନ ଟିସିଏସ୍ ଏପରି କର୍ମଚାରୀଙ୍କୁ ଏକ ନୂଆ ଆଦେଶ ଦେଇଛି ଯେ ଯଦି ସେମାନେ ଅଫିସକୁ ଆସନ୍ତି ନାହିଁ ତେବେ ସେମାନେ ପରଫରମେନ୍ସ ବୋନସ୍ ପାଇବେ ନାହିଁ । ତେବେ କମ୍ପାନୀ ଚାହୁଁଛି ଯେ ସମସ୍ତ କର୍ମଚାରୀ ଅଫିସରେ କାମ କରନ୍ତୁ । ଏଥିପାଇଁ କମ୍ପାନୀ ୱାର୍କ ଫ୍ରମ୍ ହୋମ୍ ବଦଳରେ ହାଇବ୍ରିଡ ମଡେଲ ଲାଗୁ କରିଛି ।କିନ୍ତୁ ବର୍ତ୍ତମାନ ଟିସିଏସ୍ ସେହି କର୍ମଚାରୀମାନଙ୍କୁ ପରଫରମେନ୍ସ ବୋନସ୍ ନ ଦେବାକୁ ନିଷ୍ପତ୍ତି ନେଇଛି ଯେଉଁମାନେ ଅଫିସକୁ ଆସୁନାହାଁନ୍ତି ଏବଂ ଘରୁ ଲଗାତାର ଭାବରେ କାର୍ଯ୍ୟ କରୁଛନ୍ତି । ଏପ୍ରିଲ ୧୮ ରେ ଜାରି କରାଯାଇଥିବା ଏକ ଇଣ୍ଟର୍ନଲ ମେମୋରେ କମ୍ପାନୀ କହିଛି ଯେ, ଯଦି ଜଣେ କର୍ମଚାରୀଙ୍କ ଉପସ୍ଥିତି ୬୦ ପ୍ରତିଶତରୁ କମ୍ ତେବେ ସେ ଭେରିଏବଲ୍ ପେ ଅର୍ଥାତ୍ ପରଫରମେନବୋନସ୍ ପାଇବେ ନାହିଁ ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post