ଭଲ ଜବ୍ କରିବା ପରେ ବି ସନ୍ତୁଷ୍ଟ ନ ଥାନ୍ତି ଅନେକେ। ଜବ୍ ସହିତ ସେମାନେ ପୁଣି ଅଧିକ ପାଠ ପଢ଼ି ନିଜକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରୁଥାନ୍ତି। କାହିଁକିନା ସେମାନେ ନିଜ ସ୍ବପ୍ନର କ୍ୟାରିୟର ଗଢ଼ି ନ ଥାନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି। ଚାକିରି କରି ଭଲ ରୋଜଗାର କରିବା ପରେ ବି ସେମାନେ ପାଠପଢ଼ା ପାଇଁ ପ୍ରତି ମୁହୂର୍ତ୍ତରେ ବ୍ୟସ୍ତ ରହିଥାନ୍ତି। ନିଜ ସ୍ବପ୍ନ ପୂରା କରିବା ପାଇଁ ଯେମିତି ସେମାନେ ସଙ୍କଳ୍ପ କରି ନେଇଥାନ୍ତି। ନିଜର ଜିଦ୍କୁ କେବେ କମ୍ କରିବାକୁ ଦିଅନ୍ତି ନାହିଁ। ଏଭଳି ଏକ ପରିସ୍ଥିତିରେ କର୍ମଜୀବୀ ମହିଳା କିଭଳି ସମୟ ବାହାର କରିବେ ସେନେଇ କେତେକ ଦିଗ ପ୍ରତି ଧ୍ୟାନଦିଅନ୍ତୁ।
ଆଧୁନିକ ମାଧ୍ୟମ: ଚାକିରି ସହ ପାଠପଢ଼ା ଜାରି ରଖିବାକୁ ହେଲେ କିଛି ଆଧୁନିକ ମାଧ୍ୟମ ଆପଣେଇବାକୁ ହେବ। ଏଥିପାଇଁ ଆପଣ ଏକ ଟାବ୍ଲେଟ୍ କିଣି ନିଜ ପାଖରେ ରଖନ୍ତୂୁ। ଏହି ମାଧ୍ୟମରେ ପାଠ ପଢ଼ିବା ସହଜ ହୋଇପାରିବ। ଏହାକୁ ଯେକୌଣସି ସ୍ଥାନକୁ ସାଙ୍ଗରେ ନେଇ ଯାଇପାରିବେ। ଅବଶ୍ୟ ଏସବୁ କାମ ସ୍ମାର୍ଟ ଫୋନ୍ରେ ମଧ୍ୟ ହୋଇପାରିବ, ମାତ୍ର ଟାବ୍ଲେଟ୍ ମାଧ୍ୟମରେ ନୋଟ୍ ତିଆରି କରିବା ଓ ପଢ଼ିବା ଅଧିକ ସହଜ ହୋଇପାରିବ। ତେଣୁ ନିଜ ବଜେଟ ହିସାବରେ ଏକ ଟାବ୍ଲେଟ୍ କିଣି ସେହି ମାଧ୍ୟମରେ ନିଜ ପାଠପଢ଼ା ପ୍ରସ୍ତୁତି କରନ୍ତୁ।
ସ୍ମାର୍ଟ ଷ୍ଟଡି: ବିଭିନ୍ନ ପ୍ରକାର ଆପ୍ ମାଧ୍ୟମରେ ଏବେ ପାଠ ପଢ଼ିବା ବହୁ ସହଜ ହୋଇପାରୁଛି। ତେଣୁ ଟାବ୍ଲେଟ୍ରେ ଯେକୌଣସି ଆପ୍ ଡାଉନଲୋଡ୍ କରି ସେହି ମାଧ୍ୟମରେ ନିଜର ନୋଟ୍ କରନ୍ତୁ। ନିଜ ବିଷୟବସ୍ତୁ ଓ ଚାପ୍ଟର ଅନୁସାରେ ନୋଟ୍ ତିଆରି କରନ୍ତୁ। ଏପରି କରିବା ଫଳରେ ସବୁ ଚାପ୍ଟର ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ଏହି ଆପ୍ ମାଧ୍ୟମରେ ନିଜ ନୋଟ୍କୁ ଭିନ୍ନ ପେଜ୍ ଅନୁସାରେ ଅଲଗା ରଙ୍ଗ ଦେଇପାରିବେ, ଫଳରେ ପାଠ ପଢ଼ିବା ପ୍ରତି ଅଧିକ ଆକର୍ଷଣ ରହିବ ଓ ସହଜରେ ପାଠ ଖୋଜିଲେ ମିଳିଯିବ। ଏହା ସହ ପ୍ରତି ନୋଟ୍ ଅନୁସାରେ ନିଜ ବିଷୟ ଅନୁଯାୟୀ ଲିଙ୍କ୍ ମଧ୍ୟ ରଖିପାରିବେ ଓ ଆବଶ୍ୟକ ସମୟରେ ଖୁବ୍ଶୀଘ୍ର ଖୋଜିପାରିବେ। ତେଣୁ ଟାବ୍ଲେଟ୍ କିଣି ଏହିସବୁ ଆପ୍ ମାଧ୍ୟମରେ ସ୍ମାର୍ଟ ଷ୍ଟଡି ଆପଣାଇବା ହିଁ ଅଧିକ ଫଳପ୍ରଦ।
ଛୁଟିଦିନରେ: ଅଫିସରେ ସମସ୍ତଙ୍କ ପାଇଁ ସାପ୍ତାହିକ ଛୁଟିର ବ୍ୟବସ୍ଥା ରହିଥାଏ। ତେଣୁ ଏହିଦିନ ଆପଣ ଅଧିକ ସମୟ ପଢ଼ିବା ପାଇଁ ସ୍ଥିର କରନ୍ତୁ। ଯଦି ପାଠ ପଢ଼ିବା ହିଁ ଏବେ ମୁଖ୍ୟ ଲକ୍ଷ୍ୟ ହୋଇଥାଏ ତେବେ ଛୁଟିଦିନରେ ଅନ୍ୟ କୌଣସି କାମ ରଖନ୍ତୁ ନାହିଁ। ବରଂ ଘରର ଅନ୍ୟ କାମ ସବୁ ଅଫିସ ଥିବା ଦିନଗୁଡ଼ିକରେ ଶେଷ କରିଦିଅନ୍ତୁ। ତା’ହେଲେ ଛୁଟିଦିନରେ ପଢିବା ପାଇଁ ଅଧିକ ସମୟ ପାଇପାରିବେ। ପାଠପଢ଼ାରେ ଅପ୍ଡେଟ୍ ରହିବା ପାଇଁ ଇଣ୍ଟରନେଟ୍ ବ୍ୟବହାର କରି ନିଜକୁ ଅପ୍ଡେଟ୍ ରଖନ୍ତୁ।
ଯେକୌଣସି ସମୟରେ: ଅଫିସ୍ରେ କିଛି ସମୟ ଫାଙ୍କା ଥିବାବେଳେ ହେଉ ଅଥବା ବାହାରେ କୌଣସି ସ୍ଥାନରେ ବସିବା ସମୟରେ, ଯେକୌଣସି ମୁହୂର୍ତ୍ତରେ ବି ପଢ଼ିବା ପାଇଁ ଇଚ୍ଛା ହେଲେ ତୁରନ୍ତ ପଢ଼ନ୍ତୁ। ଏଥିପାଇଁ ଟାବ୍ଲେଟ୍ ହିଁ ମୁଖ୍ୟ ମାଧ୍ୟମ ହୋଇପାରିବ। ଟାବ୍ଲେଟ୍ ପାଖରେ ଥିଲେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଆପଣ ଚାହିଁଲେ ପାଠ ପଢ଼ିପାରିବେ। ଏମିତିକି ବସ୍ କିମ୍ବା ଟ୍ରେନ୍ରେ ଯିବା ସମୟରେ ଅବା ଅଫିସ୍ ଭିତରେ ଫାଙ୍କା ଥିବା ସମୟରେ ବେଶ୍ ସହଜରେ ପଢ଼ାପଢ଼ି କରିପାରିବେ।
ଟାଇମ୍ ଟେବୁଲ: ପାଠପଢ଼ା ପାଇଁ ଅଧିକ ସମୟ ବାହାର କରିବାକୁ ହେଲେ ଘରର ତଥା ନିଜର ଅନ୍ୟ ସବୁ କାମ ପାଇଁ ଏକ ଟାଇମ୍ ଟେବୁଲ ତିଆରି କରିବାକୁ ହେବ। ଯଦି ଘରକାମ ପାଇଁ ଅଧିକ ସମୟ ଦେବାକୁ ପଡୁଥାଏ ତା’ହେଲେ ତାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ହେଲେ କିଛିଦିନ ପାଇଁ ଘରକାମରେ ଆପଣ ଜଣେ ସହାୟକଙ୍କୁ ଆଣି ରଖନ୍ତୁ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post