ଏସବିଆଇ ୬ ସେପ୍ଟେମ୍ବରରେ ପିଓ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲା । ପିଓ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ସାଧାରଣ / ଇଡବ୍ଲୁଏସ ଏବଂ ଓବିସିଙ୍କ ପାଇଁ ୭୫୦ ଟଙ୍କା ରହିଛି । ଅନ୍ୟପଟେ ଏସସି ଓ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି ।ଏସବିଆଇ ବର୍ତ୍ତମାନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରିଲିମିନାରୀ ପରୀକ୍ଷାର କଲ୍ ଲେଟର ଡାଉନଲୋଡ୍ କରିପାରିବେ । ନଭେମ୍ବର ମାସରେ ଅନଲାଇନରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇ ନଭେମ୍ବର / ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ ।ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିପାରିବେ । ଡିସେମ୍ବର / ଜାନୁଆରୀ ୨୦୨୩ରେ ମେନ୍ ପରୀକ୍ଷା ଆୟୋଜିତ ହୋଇ ସେହି ମାସରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ / ଫେବୃଆରୀରେ ଫେଜ-୩ ପାଇଁ କଲଲେଟର ଡାଉନଲୋଡ୍ କରାଯିବ । ଏହାପରେ ଜାନୁଆରୀ-ଫେବୃଆରୀରେ ସାଇକୋମେଟ୍ରିକ ଟେଷ୍ଟ, ସାକ୍ଷାତକାର ଓ ଗ୍ରୁପ ଏକ୍ସରସାଇଜ୍ କରାଯାଇ ଫେବୃଆରୀ / ମାର୍ଚ୍ଚରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ ।ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସିଙ୍କ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି / ଏସଟିଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ବେସିକ ପେ’ ୪୧,୯୬୦ ଟଙ୍କାରୁ ଆରମ୍ଭ ହେବ । ଓଡ଼ିଶାର ଆଶାୟୀମାନେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ ।
Trending
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
Prev Post
Next Post