ଇଣ୍ଟେଲିଜେନ୍ସ ବୁ୍ୟରୋ ରିକ୍ରୁଇଟମେଣ୍ଟ ୨୦୨୪ର ମୋଟ୍ ୧୫୭ ପଦବୀ ପାଇଁ ନୋଟିଫିକେସନ ପ୍ରକାଶ ପାଇଛି । ଏଥିରେ କେବଳ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା(incentives) ମଧ୍ୟ ମିଳିବ । ସେମାନଙ୍କୁ ଲେଭଲ ୧୦ରୁ ଲେଭଲ ୧୩-ଏ ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ଏହା ବ୍ୟତୀତ ମୂଳ ଦରମା ଉପରେ ୨୦%ର ସ୍ପେସାଲ ସିକୁ୍ୟରିଟି ଆଲାଉନ୍ସ । ୟୁନିଫର୍ମ ଭତ୍ତା ବାବଦକୁ ୧୦ ହଜାର ଟଙ୍କା ବାର୍ଷିକ ପ୍ରଦାନ କରାଯିବ । ପ୍ରତି ୪ ବର୍ଷରେ ଥରେ ହୋମ୍ ଟାଉନ୍ ଏବଂ ଅଲ୍ ଇଣ୍ଡିଆ ଏଲଟିସି ପ୍ୟାକେଜ(with dependent family members) ସହ ୧୦ ଦିନର leave encashment(basic pay+ DA) । ସନ୍ତାନ ହଷ୍ଟେଲରେ ରହୁଥିଲେ ଶିକ୍ଷା ଭତ୍ତା ବାବଦକୁ ବାର୍ଷିକ ୨୭ ହଜାର ଟଙ୍କା ଏବଂ ହଷ୍ଟେଲ ସବସିଡି ବାବଦକୁ ୮୧ ହଜାର ଟଙ୍କା ଉପଲବ୍ଧ ହେବ । ଦୁର୍ଗମ ଅଂଚଳରେ ପୋଷ୍ଟିଂ ହେଲେ ଅତିରିକ୍ତ ଭତ୍ତା ଯେପରି ନିୟମିତ ଭତ୍ତା ପାଇଁ ଅତିରିକ୍ତ ରିସ୍କ ଆଲାଉନ୍ସ, ଦ୍ୱୀପ ଭତ୍ତା, ସ୍ପେସାଲ ଡ଼ୁ୍ୟଟି ଆଲାଉନ୍ସ ଇତ୍ୟାଦି ସୁବିଧା ରହିଛି । ଏହା ସହ ମେଧାବୀ ପିଲାଙ୍କ ପାଇଁ ଛାତ୍ରବୃତ୍ତି ସୁବିଧା ମଧ୍ୟ ରହିଛି । ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଡେଡ଼ଲାଇନ୍ ପୂର୍ବରୁ ଆବେଦନ କରିବାକୁ ଅନୁରୋଧ ।
Trending
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
Prev Post
Next Post