OSSSC ପକ୍ଷରୁ ବଡ଼ ସୂଚନା

ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଆବେଦନ ପାଇଁ ପୂର୍ବରୁ ତିନିଥର ଅନଲାଇନ୍ ରେଜିଷ୍ଟ୍ରେସନ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଏବେ ଚତୁର୍ଥୟ ଥର ପାଇଁ ପୁଣି ଥରେ ତାରିଖ ବୃଦ୍ଧି କରାଯାଇଛି । ପ୍ରଥମେ ଏପ୍ରିଲ ୧ରୁ ଆବେଦନ ଆରମ୍ଭ ହେବାର ଥିଲା । ମାତ୍ର ପରେ ମେ ପହିଲାକୁ ଘଞ୍ଚାଇ ଦିଆଯାଇଥିଲା । ତା’ପରେ ଅନଲାଇନ୍ ପଞ୍ଜିକରଣ ଜୁଲାଇ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଥିଲା । ତେବେ ଏହା ମଧ୍ୟରେ ଚତୁର୍ଥ ଥର ପାଇଁ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି ହୋଇଥିବା ନେଇ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ନୂଆ ବିଜ୍ଞପ୍ତି ମୁତାବକ, ଅଗଷ୍ଟ ପହିଲାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ୨୫ରେ ସରିବ । ସେହିପରି ଅନଲାଇନ୍ ଆପ୍ଲିକେସନର ସବମିସନ ଅଗଷ୍ଟ ୩୧ରେ ସରିବ । ସୂନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।