IIT ଧାନବାଦରେ ପ୍ରଫେସର ପଦବୀ ଖାଲି

୨୭ ଅକ୍ଟୋବର ପୂର୍ବରୁ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଧନବାଦରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି ରହିଛି । ଇଚ୍ଛୁକ ରଖିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଅଧିକ ଜାଣିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଧନବାଦର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରନ୍ତୁ ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ପିଏଚଡି କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଥିବା ୩୫ ବର୍ଷରୁ କମ୍‌ ହୋଇଥିବା ଜରୁରୀ । ଏହାଛଡା କାମ କରିବାର ଅଭିଜ୍ଞତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଦରମା : ପ୍ରାର୍ଥୀଙ୍କ ଚୟନ ହେବା ପରେ ଦରମା ପଦ ଅନୁସାରେ ମିଳିବ । ମାସକୁ ୧,୩୯, ୬୦୦ ଟଙ୍କାରୁ ୨,୦୪,୭୦୦ ଟଙ୍କା ମିଳିବ ।