ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ASO ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଆଜି ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ମେ’ ୧୯ ତାରିଖରେ ତାକୁ ମଧ୍ୟ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Trending
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ