ବାୟୁସେନାରେ ନିଯୁକ୍ତି ସୁଯୋଗ
ଭାରତୀୟ ବାୟୁସେନାରେ ଗ୍ରୁପ୍-‘ସି’ ସିଭିଲିଆନ୍ ପଦବୀ ପାଇଁ ବମ୍ପର ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ପ୍ରାର୍ଥୀ ଜଣଙ୍କୁ ଅଫିସିଆଲ ୱେବସାଇଟ୍ indianairforce.nic.inକୁ ଯାଇ ଆବେଦନ କରିପାରିବେ ।ଭାରତୀୟ ବାୟୁସେନାରେ ମୋଟ ୧୮୨ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାର୍ଥୀ ୩୦ ଦିନ ମଧ୍ୟରେ ଅବେଦନ କରିପାରିବେ ।ଲୋୟର ଡିଭିଜନ୍ କ୍ଲର୍କ (LSD) ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବେ । ସେହିପରି ସିଭିଲିଆନ୍ ମେକାନିକାଲ ଟ୍ରାନ୍ସପୋର୍ଟ ଡ୍ରାଇଭର(ସାଧାରଣ ଗ୍ରେଡ୍) ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ମାନ୍ୟତାପ୍ରାପ୍ତ ବୋର୍ଡ଼ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ କିମ୍ବା ସମକକ୍ଷ ଯୋଗ୍ୟତା ଥିବା ଉଚିତ । ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ହାଲୁକା ଏବଂ ଭାରି ମୋଟର ଯାନ ଚାଳନା ପାଇଁ ଏକ ବୈଧ ସିଭିଲ ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ । ଏଥିପାଇଁ ପ୍ରାର୍ଥୀଙ୍କ ଆୟୁ ସୀମା ୧୮ରୁ ୨୫ ବର୍ଷ ମଧ୍ୟରେ ରହିବା ଉଚିତ ।