ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ବାରମ୍ବାର ପରିଶ୍ରମ କରିବା ପରେ ବି ଏଥିରେ ଅସଫଳ ହୋଇଥାନ୍ତି । ତେବେ ଆପଣ ଯଦି ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖୁସି ଖବର । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରୁଥିବା ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି ।ସୂଚନା ମୁତାବକ, ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରିବା ପରେ ମୁଖ୍ୟ ପରୀକ୍ଷା ଓ ଇଣ୍ଟରଭ୍ୟୁର ପ୍ରସ୍ତୁତି ପାଇଁ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ରାଶି ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ଏସସି / ଏସଟି) ସିଭିଲ ସେବା ପ୍ରୋତ୍ସାହନ ଯୋଜନା’ ଜରିଆରେ ପ୍ରାର୍ଥୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।ଏହି ସୁବିଧା ପାଇବାକୁ ହେଲେ ଆବେଦନକାରୀଙ୍କୁ ଝାଡ଼ଖଣ୍ଡରୁ ଇଣ୍ଟରମିଡିଏଟ ଓ ଅଣ୍ଡରଗ୍ରାଜୁଏଟ୍ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ସେ ଏସସି / ଏସଟି କ୍ୟାଟେଗୋରୀରୁ ଆସୁଥିବେ । ପ୍ରାର୍ଥୀଙ୍କ ପୂରା ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ ଅଧିକ ହେଉ ନଥିବ । ଯଦି ଏହି ସବୁ ସର୍ତ୍ତ ପ୍ରାର୍ଥୀ ପୂରଣ କରୁଥିବେ ତେବେ ସେ ସରକାରଙ୍କର ଏହି ଯୋଜନାର ଫାଇଦା ଉଠାଇ ପାରିବେ । ପ୍ରତି ପ୍ରାର୍ଥୀ କେବଳ ଥରେ ମାତ୍ର ଏହି ବେନିଫିଟ୍ ପାଇ ପାରିବେ ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post