ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।କମ୍ପାନୀ ଦ୍ୱାରା ଦିଆଯାଇଥିବା ଲଗାତାର ଅଲ୍ଟିମେଟମ୍ ସତ୍ତ୍ୱେ ଅନେକ କର୍ମଚାରୀ ଅଫିସକୁ ଆସି କାମ କରୁନାହାଁନ୍ତି । ଯେଉଁଥିପାଇଁ ବର୍ତ୍ତମାନ ଟିସିଏସ୍ ଏପରି କର୍ମଚାରୀଙ୍କୁ ଏକ ନୂଆ ଆଦେଶ ଦେଇଛି ଯେ ଯଦି ସେମାନେ ଅଫିସକୁ ଆସନ୍ତି ନାହିଁ ତେବେ ସେମାନେ ପରଫରମେନ୍ସ ବୋନସ୍ ପାଇବେ ନାହିଁ । ତେବେ କମ୍ପାନୀ ଚାହୁଁଛି ଯେ ସମସ୍ତ କର୍ମଚାରୀ ଅଫିସରେ କାମ କରନ୍ତୁ । ଏଥିପାଇଁ କମ୍ପାନୀ ୱାର୍କ ଫ୍ରମ୍ ହୋମ୍ ବଦଳରେ ହାଇବ୍ରିଡ ମଡେଲ ଲାଗୁ କରିଛି ।କିନ୍ତୁ ବର୍ତ୍ତମାନ ଟିସିଏସ୍ ସେହି କର୍ମଚାରୀମାନଙ୍କୁ ପରଫରମେନ୍ସ ବୋନସ୍ ନ ଦେବାକୁ ନିଷ୍ପତ୍ତି ନେଇଛି ଯେଉଁମାନେ ଅଫିସକୁ ଆସୁନାହାଁନ୍ତି ଏବଂ ଘରୁ ଲଗାତାର ଭାବରେ କାର୍ଯ୍ୟ କରୁଛନ୍ତି । ଏପ୍ରିଲ ୧୮ ରେ ଜାରି କରାଯାଇଥିବା ଏକ ଇଣ୍ଟର୍ନଲ ମେମୋରେ କମ୍ପାନୀ କହିଛି ଯେ, ଯଦି ଜଣେ କର୍ମଚାରୀଙ୍କ ଉପସ୍ଥିତି ୬୦ ପ୍ରତିଶତରୁ କମ୍ ତେବେ ସେ ଭେରିଏବଲ୍ ପେ ଅର୍ଥାତ୍ ପରଫରମେନବୋନସ୍ ପାଇବେ ନାହିଁ ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post