ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓଏସପିଏଚଆଣ୍ଡଡବ୍ଲ୍ୟୁସି) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କନିଷ୍ଠ ସହାୟକ ପଦରେ ନିଯୁକ୍ତି ଦିଆଯିବ । ୟୁଆର, ଶିକ୍ଷା ଓ ସାମାଜିକ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।ଏଥିପାଇଁ ଡିସେମ୍ବର ମାସ ୨୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟ କିମ୍ବା ସମତୁଲ୍ୟ ପରୀକ୍ଷାରେ ପାସ୍ କରିବା ସହିତ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କେନ୍ଦ୍ର ସରକାର / ରାଜ୍ୟ ସରକାର / ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ / କେନ୍ଦ୍ର ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧିନରେ ଜଣେ ରେଗୁଲାର / ଆଉଟସୋର୍ସଡ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।ପ୍ରାର୍ଥୀଙ୍କୁ ୧୯,୦୦୦ରୁ ୬୨,୨୦୦ ଟଙ୍କା ବେତନ ସହିତ ଡିଏ ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ । ଚଳିତ ବର୍ଷ ଜୁନ୍ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା ଜାଣିଥିବେ । ୟୁଆର, ଏସଇବିସି ପ୍ରାର୍ଥୀଙ୍କୁ ଏଥିପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post